fbpx

ଏହି ଖାଦ୍ୟ ସେବନ କରିବା ଦ୍ୱାରା ଶରୀରରେ ଔଷଧର ପ୍ରଭାବ ହ୍ରାସ ହୋଇଥାଏ

ଔଷଧ ସେବନ କରିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ । ଏପରି କିଛି ଜିନିଷ ଅଛି ଯାହା ଶରୀର ପାଇଁ ହିତକର ହୋଇପାରେ, ମାତ୍ର ଶରୀରରେ ମେଡିସିନର ପ୍ରଭାବକୁ ଏହା ହ୍ରାସ କରିଦେଇଥାଏ । ତେଣୁ ଏପରି ଜିନିଷଗୁଡ଼ିକ ଠାରୁ ଦୂରେଇ ରହିବା ଉଚିତ । ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡ଼ିକ ବିଷୟରେ:-

– ଯଦି ଆପଣ ମେଡିସିନ ସେବନ କରୁଛନ୍ତି, ତେବେ ଖଟା ଅଙ୍ଗୁର ଖାଇବାରୁ ନିବୃତ୍ତ ରୁହନ୍ତୁ । ଏହି ଫଳ ଆମର କୋଷକୁ ପ୍ରଭାବିତ କରିଥାଏ । ଅଙ୍ଗୁର ଖାଇବା ଦ୍ୱାରା ଆଲର୍ଜି ହେବା ସହ ଶରୀରରେ ମେଡିସିନର ପ୍ରଭାବକୁ କମାଇ ଦେଇଥାଏ ।

– ଦୁଗ୍ଧଜାତୀୟ ଦ୍ରବ୍ୟ ଆମ ଶରୀରରେ ଆଣ୍ଟିବାୟୋଟିକର କାର୍ଯ୍ୟକୁ ଠିକ୍ ଭାବରେ ସମ୍ପାଦନ କରିବାକୁ ଦିଏ ନାହିଁ । କ୍ଷୀରରୁ ମିଳୁଥିବା କ୍ୟାଲସିୟମ, ମ୍ୟାଗ୍ନେସିୟମ ପରି ମିନେରାଲ୍ସ କେସିନ ପ୍ରୋଟିନ୍ ସହ ମିଶିବା ପରେ ମେଡିସିନର ପ୍ରଭାବକୁ କମାଇ ଦେଇଥାଏ । ତେଣୁ ଯଦି ଆପଣ ମେଡିସିନ୍ ଖାଉଥାନ୍ତି, ତେବେ କ୍ଷୀର ପିଇବାଠାରୁ ଦୂରେଇ ରୁହନ୍ତୁ ।

– ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଶରୀରରେ ମିଥାଇଲ ଫେନାଡେଟ୍ ସୃଷ୍ଟି ହୋଇଥାଏ, ଯାହା ଶରୀରରେ ଉତ୍ତାପ ବୃଦ୍ଧି କରିଥାଏ । ତେଣୁ ମେଡିସିନ୍ ଖାଇବା ପରେ ତୁରନ୍ତ ଡାର୍କ ଚକୋଲେଟ୍ ଖାଇବା ଅନୁଚିତ ।

– ମଦ୍ୟପାନ କରିବା ଦ୍ୱାରା ମେଡିସିନର ପ୍ରଭାବ ଶରୀରରେ ପଡ଼େ ନାହିଁ । ବିଶେଷ କରି ବ୍ଲଡପ୍ରେସର ଓ ହୃଦ ସମ୍ବନ୍ଧୀୟ ରୋଗ କ୍ଷେତ୍ରରେ ମେଡିସିନ ଆଦୌ କାମ ଦିଏ ନାହିଁ । କେବଳ ସେତିକି ନୁହେଁ, ମେଡିସିନ ଓ ମଦର ମିଶ୍ରଣ ଫଳରେ ଶରୀରରେ ବିଭିନ୍ନ ସାଇଡ୍ ଇଫେକ୍ଟ ଦେଖାଦେଇଥାଏ ।

Get real time updates directly on you device, subscribe now.