fbpx
BSKY SKY
BSKY SKY

ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର: ସଂସ୍କୃତି ମନ୍ତ୍ରୀ

BSKY

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ଆଜି ପ୍ରତ୍ୟାହାର ହୋଇଛି । ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର କରାଯିବା ନେଇ ଟ୍ୱିଟ କରି ଜଣାଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ । ଏନଏମଏ ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ ହୋଇଥିବା ପଟେଲ କହିଛନ୍ତି । ତେବେ ବାଇ-ଲ ପ୍ରତ୍ୟାହାର ପାଇଁ ବିଜେଡି-ବିଜେପି ସାଂସଦ ଦାବି କରିଥିଲେ । ସାଂସଦଙ୍କ ଦାବି ପରେ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ହୋଇଥିବା ସୂଚନା ମିଳିଛି । କିଛି ସମୟ ତଳେ ପ୍ରଥମେ ବିଜେପି ଓ ବିଜେଡି ସାଂସଦମାନେ ପ୍ରହଲ୍ଲାଦଙ୍କୁ ଭେଟି ବାଇ-ଲ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ବୋଲି ଜଣାପଡିଛି ।

Get real time updates directly on you device, subscribe now.