fbpx

ହସ୍ତତନ୍ତ ମେଳା ଉଦଘାଟିତ

ବରଗଡ,୨୮ ।୧୨(ଓଡିଶା ଭାସ୍କର): ଧନୁଯାତ୍ରା ଉପଲକ୍ଷେ ବରଗଡରେ ହସ୍ତତନ୍ତ ମେଳା ଉଦଘାଟିତ ହୋଇଯାଇଛି । ଜାତୀୟ ସ୍ତରରେ ହେଉଥିବା ଏହି ମେଳାକୁ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଉଦଘାଟିତ କରିଛନ୍ତି । ବୟନିକା ପକ୍ଷରୁ ଆୟୋଜିତ ଏହି ମେଳା ଜାନୁଆରୀ ୨୦ ଚାଲିବ ବୋଲି ସୂଚନା ମିଳିଛି ।

ତେବେ ହସ୍ତତନ୍ତ ଉତ୍ପାଦର ବିକି୍ରବଟା ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଇତି ମଧ୍ୟରେ ବିଭିନ୍ନ ଦେଶୀୟ ଓ ବୈଦେଶିକ କମ୍ପାନୀମାନଙ୍କ ସହ ବୁଣାକାର ସମିତିମାନଙ୍କୁ ଅନୁବନ୍ଧିତ କରିବାର ବ୍ୟବସ୍ଥା କରାଇଛନ୍ତି । ବୁଣାକାର ସମିତିମାନେ ସିଧାସଳଖ ସେମାନଙ୍କ ସହ କାରବାର କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Get real time updates directly on you device, subscribe now.