fbpx

କେତେ ଲମ୍ବା ହେବ ଆପଣଙ୍କ ଆୟୁଷ? ହାତର ଏହି ରେଖାରୁ ଜାଣନ୍ତୁ ଜୀବନର ରହସ୍ୟ

Advertisement

ଆମ ସମସ୍ତଙ୍କୁ ନିଜ ଜୀବନ ବିଷୟରେ ଜାଣିବାକୁ ଆଗ୍ରହ ରହିଥାଏ । ବିଶେଷକରି ଯେତେବେଳେ ଆମେ ବିଚଳିତ ହେଉ, ବହୁ ଚେଷ୍ଟା ପରେ କାମ ନସରେ କିମ୍ବା ଯେତେବେଳେ ଆମର ସ୍ୱାସ୍ଥ୍ୟ ଖରାପ ହୁଏ । ଜ୍ୟୋତିଷ ଶାସ୍ତ୍ରର ଅନେକ ବିଷୟ ମଧ୍ୟରେ ସବୁଠାରୁ ରହସ୍ୟମୟ ବିଷୟ ହେଉଛି ସାମୁଦ୍ରିକା ଶାସ୍ତ୍ର । ଯେଉଁଥିରେ ଶରୀରର ଆକାରକୁ ଦେଖି ବ୍ୟକ୍ତିର ଭବିଷ୍ୟତ କ’ଣ ହେବ ତାହା କୁହାଯାଇପାରେ ।

ସାମୁଦ୍ରିକା ଶାସ୍ତ୍ର ଅଧୀନରେ ଆସୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଦ୍ୟା ହେଉଛି ହସ୍ତରେଖା ବିଶ୍ଳେଷଣ । ହସ୍ତ ରେଖା ବିଷୟରେ ଜ୍ଞାନ ଥିବା ବ୍ୟକ୍ତି ହାତର ରେଖା ଦେଖି ମଣିଷର ଜୀବପରେ ଆସୁଥିବା ଭବିଷ୍ୟତର ସମସ୍ତ ଘଟଣା ବିଷୟରେ କହିଥାନ୍ତି । ଆମର ଜୀବନ କେତେ ଲମ୍ବା, ତାହା ଆସନ୍ତୁ ଜାଣିବା ଆଚାର୍ଯ୍ୟ ଇନ୍ଦୁ ପ୍ରକାଶଙ୍କ ଠାରୁ …

ଜୀବନ ରେଖାରୁ ମିଳିଥାଏ ସଫଳତା :-

ଜୀବନ ରେଖା ବିଷୟରେ କହିବାକୁ ଗଲେ, ସାମୁଦ୍ରିକା ଶାସ୍ତ୍ରର ହସ୍ତରେଖା ଜ୍ଞାନ ଅନୁଯାୟୀ ଜୀବନ ରେଖା ଏକ ଗୁରୁତ୍ୱପୂର୍ଣ୍ଣ ରେଖା ଭାବରେ ବିବେଚନା କରାଯାଏ, କାରଣ ଏହି ରେଖା ମାଧ୍ୟମରେ ଜଣେ ବ୍ୟକ୍ତିର ବୟସ, ତାଙ୍କର ସଫଳତା, ଜୀବନ, ମୃତ୍ୟୁ, ସଙ୍କଟ ଏବଂ ଦୁର୍ଘଟଣା ଇତ୍ୟାଦି ବିଷୟରେ ଜଣାପଡ଼ିଥାଏ । ଏହି ରେଖା ମଧ୍ୟ ବ୍ୟକ୍ତିର ଶକ୍ତି, ସ୍ୱାସ୍ଥ୍ୟ ଏବଂ ସୁଖକୁ ପ୍ରତିପାଦିତ କରେ ।

ଜୀବନ ରେଖା ଦେଇଥାଏ ଦୀର୍ଘ ଜୀବନର ସଙ୍କେତ :-

ଜୀବନ ରେଖା ଆଙ୍ଗୁଠି ଓ ତର୍ଜନୀ ମଧ୍ୟଭାଗରୁ ଆସିଥାଏ ଏବଂ ହାତର ତଳ ଅଂଶ ଯଥା ମଣିବନ୍ଧରେ ପହଞ୍ଚେ । ଏକ ପରିଷ୍କାର ବା ସଫା ଜୀବନ ରେଖା ଏକ ଭଲ ଜୀବନକୁ ସୂଚାଇଥାଏ, କିନ୍ତୁ ରେଖା ମଝିରୁ ଭାଙ୍ଗିଥିବା ବା କଟିଥିବା ରେଖା ଅଥବା ରେଖା ଉପରେ ଗୋଲ ଆକ୍ୟତିର ଚିହ୍ନ ଶୁଭ ସଙ୍କେତ ହୋଇନଥାଏ । କୁହାଯାଏ ଯେ ରେଖା ଯେତେ ବଡ଼ ଏବଂ ସ୍ୱଚ୍ଛ ହୁଏ, ବ୍ୟକ୍ତିର ବୟସ ମଧ୍ୟ ସେତିକି ହୁଏ ।

Get real time updates directly on you device, subscribe now.