fbpx
BJD
BJD SKY
BJD SKY

ସୁପର ଓଭରରେ ହ୍ୟାଟ୍ରିକ ଛକା… Team Indiaରେ ଯୁବରାଜଙ୍କ ସ୍ଥାନ ନେବେ ରିଙ୍କୁ ସିଂହ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ଦଳର ସିକ୍ସର କିଙ୍ଗ ଭାବରେ ନାଁ କରିଥିବା ରିଙ୍କୁ ସିଂହଙ୍କୁ ‘ଜୁନିୟର ଯୁବରାଜ’ ବୋଲି କୁହାଯାଉଛି । ଆଗାମୀ ଦିନରେ ରିଙ୍କୁ ଯୁବରାଜଙ୍କ ସ୍ଥାନ ପୂରଣ କରିବେ ବୋଲି ଆଶା ରଖିଛି ଭାରତୀୟ କ୍ରିକେଟ ବୋର୍ଡ । ଆୟଲାଣ୍ଡ ବିପକ୍ଷ ସିରିଜରେ ଡେବ୍ୟୁ କରି ନିଜ ଜଲୱା ଦେଖାଇ ସାରିଥିବା ରିଙ୍କୁ ବର୍ତ୍ତମାନ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଦଳ ସୁପର ଓଭର ଖେଳୁଥିବା ବେଳେ ରିଙ୍କୁ ସିଂହ ଏହି ଓଭରରେ ହ୍ୟାଯ୍ରିକ ଛକା ମାରି ବିଜୟୀ କରାଇଛନ୍ତି । ତେଣୁ ସିକ୍ସର କିଙ୍ଗ ଯୁବରାଜ ସିଂହଙ୍କ ଅବସର ପରେ ଭାରତୀୟ ଦଳରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଏବେ ରିଙ୍କୁ ପୂରଣ କରିବେ ବୋଲି ଆଶା କରାଯାଉଛି ।

ଘରୋଇ ଟି-୨୦ ଲିଗ୍ ମେରଠ ମାରାୱିକ୍ସ ଏବଂ କାଶୀ ରୁଦ୍ରାଂଶ ମଧ୍ୟରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ରିଙ୍କୁଙ୍କ ଜଲୱା ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରି ମାଧବ କୌଶିଙ୍କ ଅର୍ଦ୍ଧଶତକ ବଳରେ ମେରଠ ୧୮୧ ରନ ସଂଗ୍ରହ କରିପାରିଥିଲା । ତେବେ ଏହାର ଜବାବରେ କାଶୀ ମଧ୍ୟ ୭ ୱିକେଟ ହରାଇ ୧୮୧ ରନରେ ହିଁ ଅଟକି ଯାଇଥିଲା । ଫଳରେ ମ୍ୟାଚର ନିର୍ଣ୍ଣୟ ପାଇଁ ଖେଳାଯାଇଥିଲା ସୁପର ଓଭର । ତେବେ ଏହି ସୁପର ଓଭରରେ ରିଙ୍କୁ ଝଡ଼ ମାଡ଼ି ଆସିଛି । କାଶୀ ଦଳ ସୁପର ଓଭରରେ ଗୋଟିଏ ୱିକେଟ ହରାଇ ୧୬ ରନ୍ କରିଥିବା ବେଳେ ମେରଠ ଆଗରେ ୧୭ ରନର ଲକ୍ଷ୍ୟ ରହିଥିଲା । ଏହି ଲକ୍ଷ୍ୟର ପିଛା କରି ମେରଠ ତରଫରୁ ମଇଦାନକୁ ଓହ୍ଲାଇଥିଲେ ରିଙ୍କୁ ସିଂହ । ତେବେ ସୁପର ଓଭରର ପ୍ରଥମ ବଲ ରିଙ୍କୁ ଡଟ୍ ଖେଳିଥିଲେ । ଏହାପରେ ନିଜର ଫିନିଶର ରୂପ ଦେଖାଇଛନ୍ତି ରିଙ୍କୁ ।

ପ୍ରଥମ ବଲ୍ ଡଟ୍ ଖେଳିବା ପରେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ବଲରେ ହ୍ୟାଟ୍ରିକ ଛକା ମାରି ମ୍ୟାଚକୁ ବିଜୟୀ କରାଇଛନ୍ତି ରିଙ୍କୁ ସିଂହ । ସୁପର ଓଭରରେ ହ୍ୟାଟ୍ରିକ ଛକା ମାରି ସେ ଭାରତୀୟ ଦଳ ପାଇଁ ପୁଣିଥରେ ସିକ୍ସର କିଙ୍ଗ ହେବାର ସ୍ୱପ୍ନକୁ ଉଜ୍ଜୀବିତ କରିଛନ୍ତି । ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଯୁବରାଜଙ୍କ ୬ଟି ଛକାକୁ ମନେ ପକାଇ ଦେଇଛନ୍ତି ରିଙ୍କୁ । ଯୁବରାଜଙ୍କ ପରେ ଭାରତୀୟ ଦଳ ତାଙ୍କ ପରି ଜଣେ ସିକ୍ସର କିଙ୍ଗକୁ ଖୋଜିବାରେ ଲାଗିଥିଲା । ତେବେ ବର୍ତ୍ତମାନ ଦଳର ଏହି ଅନ୍ୱେଷଣ ରିଙ୍କୁଙ୍କ ପାଖରେ ଶେଷ ହୋଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.