fbpx

ହାଥରସ ଅଘଟଣ; ୧୦୭ ଟପିଲାଣି ମୃତ୍ୟୁ ସଂଖ୍ୟା, ମୃତକ-ଆହତଙ୍କ ପରିବାରକୁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଦଳାଚକଟାରେ ଚାଲିଗଲା ଯବାନଙ୍କ ପ୍ରାଣ, ହେଲ୍ପଲାଇନ ଜାରି କଲା ଜିଲ୍ଲା ପ୍ରଶାସନ

Advertisement

ନୂଆଦିଲ୍ଲୀ: ହାଥରସରେ ଘଟିଥିବା ଅଘଟଣରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମଏନଆରଏଫ ରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଆହତଙ୍କୁ ମିଳିବ ୫୦୦୦୦ ଟଙ୍କା । ହାଥରସରେ ଘଟିଥିବା ଦୁଃଖଦ ଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯେଉଁମାନେ ଏଥିରେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହ ମୋର ସମବେଦନା ରହିଛି । ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଲେ ପ୍ରଧାନମନ୍ତ୍ରୀ ।

ସେପଟେ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ମହାରାଜ କହିଛନ୍ତି ଯେ, ଯେଉଁମାନେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରନ୍ତି ସେମାନେ ପ୍ରଥମେ ଅଧିକରୁ ଅଧିକ ଲୋକଙ୍କ ପାଇଁ ବ୍ୟବସ୍ଥା କରନ୍ତୁ । ତା’ପରେ ହିଁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ । ଏଭଳି କାର୍ଯ୍ୟକ୍ରମକୁ ଅନୁମତି ଦେଉଥିବା କଠୋରକାର୍ଯ୍ୟ ହିଁ ହେବା ଉଚିତ । ହାଥରସ୍ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ହେଲ୍ପଲାଇନ ଜାରି କରିଛି ଜିଲ୍ଲା ପ୍ରଶାସନ । 05722227041 ଏବଂ 05722227042 ଏହି ଦୁଇଟି ନମ୍ୱରରେ ଯୋଗାଯୋଗ କରିବାକୁ କୁହାଯାଇଛି ।

ହାଥରସ୍ ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ସର୍କଲ ଅଫିସର ବିକ୍ରାନ୍ତ ଦ୍ୱିବେଦୀ କହିଛନ୍ତି, ଜୁନ୍ ୧୭ ତାରିଖରୁ ପୁଲିସ ଲାଇନ୍ସରେ କ୍ୟୁଆର୍ଟି ଡ୍ୟୁଟିରେ ଥିବା ଯବାନ ରବି କୁମାର ଆଜି ଅପରାହ୍ନରେ ଡ୍ୟୁଟି କରୁଥିବା ବେଳେ ଗରମ ଯୋଗୁଁ ତାଙ୍କ ମୁଣ୍ଡ ବୁଲାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

 

 

 

Get real time updates directly on you device, subscribe now.