fbpx

ହାଥରସ୍ ଦଳାଚକଟାକୁ ନେଇ ବାବା ସୁରଜପାଲଙ୍କ ପ୍ରଥମ ବୟାନ; ‘ଦୁଃଖିତ, କେହି ଷଡ଼ଯନ୍ତ୍ରକାରୀ…’

ନୂଆଦିଲ୍ଲୀ: ହାଥରସ୍ ଦଳାଚକଟାକୁ ନେଇ ବାବା ସୁରଜପାଲ କହିଛନ୍ତି ଯେ ସେ ଏହି ଘଟଣାକୁ ନେଇ ବହୁତ ଦୁଃଖିତ । ପ୍ରଶାସନ ଉପରେ ଲୋକଙ୍କ ଆସ୍ଥା ରହିବା ଦରକାର । କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ବାବା କହିଛନ୍ତି ଯେ ଭଗବାନ ଲୋକଙ୍କ ଠାରୁ ଦୁଃଖ ଦୂର କରିନିଅନ୍ତୁ । ସୁରଜପାଲଙ୍କୁ ତାଙ୍କ ଅନୁଗାମୀମାନେ ‘ଭୋଲେ ବାବା’ ନାମରେ ଜାଣନ୍ତି । ହାଥରସର ସତ୍‌ସଙ୍ଗରେ ହୋଇଥିବା ଦଳାଚକଟା ପରେ ସୁରଜପାଲଙ୍କ ବୟାନ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ।

ଜୁଲାଇ ୨ ଘଟଣା ପରେ “ମୁଁ ଅତ୍ୟନ୍ତ ଦୁଃଖିତ। ଭଗବାନ ଆମକୁ ଏହି ଯନ୍ତ୍ରଣା ସହିବାର ଶକ୍ତି ଦିଅନ୍ତୁ । ସରକାର ଓ ପ୍ରଶାସନ ଉପରେ ଲୋକଙ୍କ ଆସ୍ଥା ରହିବା ଦରକାର। ମୋର ବିଶ୍ୱାସ ଯେ ଅରାଜକତା ସୃଷ୍ଟି କରୁଥିବା ଲୋକଙ୍କୁ କେବେ ଛଡ଼ାଯିବ ନାହିଁ । ମୁଁ ମୋ ଓକିଲ ଏପି ସିଂହଙ୍କ ଜରିଆରେ କମିଟି ସଦସ୍ୟମାନଙ୍କୁ ଅନୁରୋଧ କରିଛି ଯେ ଶୋକସନ୍ତପ୍ତ ପରିବାର ଓ ଆହତଙ୍କ ସହ ଠିଆ ହୁଅନ୍ତୁ ଏବଂ ସାରା ଜୀବନ ସେମାନଙ୍କୁ ସାହାଯ୍ୟ କରନ୍ତୁ ।”

ହାଥରସ୍ ଦଳାଚକଟାରେ ଏପର୍ଯ୍ୟନ୍ତ ୧୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରଠାରୁ ପୋଲିସ ବାବା ସୁରଜପାଲଙ୍କୁ ମଧ୍ୟ ଖୋଜୁଛି । ଖୁବଶୀଘ୍ର ସେ ପୋଲିସ ନିକଟକୁ ମଧ୍ୟ ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି । ୟୁପିର ମୈନପୁରୀରେ ବାବାଙ୍କର ଏକ ବିଶାଳ ଆଶ୍ରମ ରହିଛି, ଯେଉଁଠାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ତେବେ ଏଭଳି ଏକ ଅଘଟଣ ଘଟିଯିବ ତାହା କେହି କେବେ ଭାବିନଥିଲେ ।

Get real time updates directly on you device, subscribe now.