fbpx
BSKY
BJD SHG SKY
BJD YOUTH SKY

ନାଟକୀୟ ଢ଼ଙ୍ଗରେ ଭିଣୋଇଙ୍କୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେବାକୁ ଶଳା ଓ ସଢ଼ୁର ପ୍ରୟାସ; ହତ୍ୟା ବେଳେ ଦେଖିଦେଇଥିଲା ୧୧ବର୍ଷର ପୁଅ !

ଭୋଜି ନାଁରେ ଭିଣୋଇକୁ ମଦ ପିଆଇ ତଣ୍ଟି ଚିପି ହତ୍ୟା

ଜଗତସିଂହପୁର (ଭାସ୍କର ନ୍ୟୁଜ): ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ହାଡ଼ିଆପଦା ଗ୍ରାମରେ ସମ୍ବେଦନଶୀଳ ଏବଂ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ହତ୍ୟା କରିବା ପରେ ତାକୁ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଅଲଣା ଗ୍ରାମର ପୂର୍ଣଚନ୍ଦ୍ର ଭୋଇଙ୍କ ବଡ଼ ପୁଅ ଏକନ ଭୋଇ, ବାଲିକୁଦା ଥାନା ଅନ୍ତର୍ଗତ ହାଡ଼ିଆପଦା ଗ୍ରାମର ରବୀନ୍ଦ୍ର ଦାସଙ୍କ ସାନ ଝିଅ ସବିତା ଦାସଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କ ଗୋଟିଏ ୧୧ବର୍ଷ ବୟସର ପୁତ୍ର ସନ୍ତାନ ରହିଛି । ଗତ ୧୫ଦିନ ପୂର୍ବେ ସବିତା ନିଜ ପୁଅ ଆଶିଷକୁ ନେଇ ନିଜ ବାପଘର ହାଡ଼ିଆପଦାକୁ ଯାଇଥିଲେ । ଗତ ୧୪ ତାରିଖ ଦିନ ସବିତାଙ୍କର ଭାଇ ମୁନ୍ନା ଦାସ ନିଜ ଭିଣୋଇ ଏକନଙ୍କୁ ତାଙ୍କ ଗ୍ରାମ ଅଲଣାକୁ ଯାଇ ନିଜ ଗ୍ରାମ ହାଡ଼ିଆ ପଦାକୁ ଆଣିଥିଲେ । ସେଠାରେ କୌଣସି କାରଣରୁ ଉଭୟ ଏକନ ଏବଂ ସବିତାଙ୍କ ମଧ୍ୟରେ ବଚଷା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସବିତାଙ୍କ ସାନ ଭଉଣୀର ସ୍ୱାମୀ ଅର୍ଥାତ ଏକନର ଶଢୁ ବୁଲୁ ଦାସ ଏକନକୁ ମାଡ଼ ମାରି ତାର ମୁଁହ ଫଟାଇ ଦେଇ ଏକ ଜଳାଶୟରେ ଫୋପାଡି ଦେଇଥିଲା । ପରବର୍ତ୍ତୀ ସମୟରେ ଘଟଣା ପରେ ଏକନ ନିଜ ଗ୍ରାମକୁ ଫେରି ଆସୁଥିବା ସମୟରେ ଶଢୁ ବୁଲୁ ଏବଂ ଶଳା ମୁନ୍ନା ତାକୁ ବୁଝାଇ ସୁଝାଇ ରଖିଥିଲେ । ସନ୍ଧ୍ୟାରେ ସଢୁ ବୁଲୁ, ଶଳା ମୁନ୍ନା ଏବଂ ତାଙ୍କ ଗ୍ରାମର ଦୁଇଜଣ ଯୁବକ କୁକୁଡ଼ା ଏବଂ ମଦ ଆଣି ବାଡ଼ି ପଛ ପଟରେ ଭୋଜି କରିଥିଲେ । ଏଥିରେ ଏକନକୁ ସାମିଲ କରାଇଥିଲେ । ଏକନ ସହ ସେମାନେ ମଦ୍ୟପାନ କରି ଏକନଙ୍କୁ ମାଡ଼ ମାରିବା ସହ ତାର ତଣ୍ଟିକୁ ଚିିପି ମାରିବା ସମୟରେ ଏକନଙ୍କ ୧୧ ବର୍ଷର ଶିଶୁୁତ୍ର ଆଶିଷ ଏହି ଘଟଣା ଦେଖି ନିଜ ମା’କୁ ଡ଼ାକି ଘଟଣା ସମ୍ପର୍କରେ ଜଣାଇଥିଲା । କିନ୍ତୁ ମା ପୁଅକୁ ଧମକାଇ ତୁ ସେଥିରେ ମୁଣ୍ଡ ପୁରାନା, ବେଶି ପାଟି କଲେ ତୋ ବାପା ଭଳି ଅବସ୍ଥା ଭୋଗିବୁ, ତୁ ଆସ ମୋ ପାଖରେ ଶୋଇ ପଡେ ବୋଲି କହି ଆଶିଷକୁ ଶୁଆଇ ଦେଇଥିଲା । ପରଦିନ ସକାଳେ ଏକନର ମୃତ ଦେହ ଗୋପାଳପୁର କଲେଜ ପଛପଟ ଏକ ଲିମ୍ବ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଏକନଙ୍କ ପରିବାର ଘଟଣା ସମ୍ପର୍କରେ ଖବରପାଇ ଶଶୁର ଘର ଲୋକେ ତାଙ୍କ ପୁଅକୁ ମାରି ଗଛରେ ଟାଙ୍ଗି ଦେଇଥିବାର ଅଭିଯୋଗ ବାଲିକୁଦା ପୋଲିସକୁ ଜଣାଇଥିଲେ । କିନ୍ତୁ ବାଲିକୁଦା ପୋଲିସ ଘଟଣାରେ ଟାଳଟୁଳ ନୀତି ଅବଲମ୍ବନ କରିବା ପରେ ଏକନଙ୍କ ପୁଅ, ପରିବାର ଲୋକେ ଏବଂ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଜଗତସିଂହପୁର ଏସପି ଙ୍କ କାର୍ଯ୍ୟାଳୟକୁ ନ୍ୟାୟ ପାଇବା ଆଶାରେ ଆସିଥିବା ଦେଖାଦେଇଛି । ଏଥି ସହିତ ଶିଶୁୁତ୍ର ଆଶିଷ ନିଜ ବାପା ଏକନ କୁ ମଉସା ବୁଲୁ ଦାସ ଓ ଅନ୍ୟ ଦୁଇଜଣ ମିଶି ହତ୍ୟା କରିଥିବା ଘଟଣା ଗଣମାଧ୍ୟମ ଆଗରେ ପ୍ରକାଶ କରିଛି । ଅପରପକ୍ଷରେ ଏହା ଏକ ପ୍ରେମଜନିତ ଘଟଣା ଏବଂ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏଭଳି ସମ୍ବେଦନଶୀଳ ଘଟଣା ଉପରେ ଜଗତସିଂହପୁର ଏସପି ତଥା ପୋଲିସ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.