fbpx

ପେଟ ଯନ୍ତ୍ରଣାରୁ ଆରାମ ଦେବ ଏହି ଖାଦ୍ୟ

ବେଳେବେଳେ ବାହାରେ ହେଉ କିମ୍ବା କିଛି ଖରାପ ଖାଦ୍ୟ ଖାଇବା ଯୋଗୁଁ ପେଟ ଖରାପ ହୋଇଯାଇଥାଏ । ଫଳରେ ବାନ୍ତି, ଏସିଡିଟି ଭଳି ସମସ୍ୟା ହୋଇଥାଏ ପେଟରେ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଏମିତିରେ ପେଟରେ ଯନ୍ତ୍ରଣା ଦୂର କରିବା ପାଇଁ ଆପଣ କିଛି ଘରୋଇ ଉପଚାର କରିପାରିବେ । ତେବେ ଜାଣନ୍ତୁ ପେଟ ଯନ୍ତ୍ରଣା ଠିକ୍ କରିବାକୁ କ’ଣ ଘରୋଇ ଉପଚାର ।

ଅଦା- ପେଟ ଯନ୍ତ୍ରଣା ସହ ବାନ୍ତି ଭଳି ଲକ୍ଷଣ ଥିଲେ ଆପଣ କଞ୍ଚା ଅଦା ଖାଇପାରିବେ । ଏହାକୁ ରନ୍ଧା ମଧ୍ୟ ଖାଇପାରିବେ । ପ୍ରଭାବୀ ପରିଣାମ ପାଇଁ ଏହାକୁ ତରଳ ରୂପରେ ଖାଇପାରିବେ । ଅଦାରେ ପାଚନ ଏବଂ ଆଣ୍ଟି ଇନଫ୍ଲେମେଟୋରୀ ଗୁଣ ରହିଛି । ଏହାଦ୍ୱାର ପେଟ ଯନ୍ତ୍ରଣାରୁ ଆରାମ ମିଳିଥାଏ ।

ପୋଦିନା- ପୋଦିନା ପେଟ ଯନ୍ତ୍ରଣା, ଏସିଡିଟି, ଝାଡ଼ା ହେବା ଲକ୍ଷଣକୁ କମ କରିପାରେ । ଅନ୍ତନଳୀକୁ ସଫା କରିବା ସହ ବାନ୍ତି ଏବଂ ଝାଡ଼ା ହେବାରୁ ଆରାମ ଦେଇଥାଏ ।

ସବୁଜ କଦଳୀ- କଦଳୀ ଝାଡ଼ାକୁ କମ କରିବାରେ ସାହାଯ୍ୟ କରେ । କଦଳୀରେ ଏକ ବିଶେଷ ପ୍ରକାରର ଫାଇବର ରହିଥାଏ । ଯାହାକୁ ଶ୍ୱେତସାର ଭାବରେ ଜଣାଯାଇଥାଏ । ଏଥିରେ ଶକ୍ତିଶାଳୀ ଆଣ୍ଟି ଡାଇରିଆଲ ପ୍ରଭାବ ରହିଥାଏ । କଦଳୀରେ ଭିଟାମିନ ବି୬, ପୋଟାସିୟମ ଏବଂ ଫୋଲେଟ ମଧ୍ୟ ରହିଥାଏ ।

ଦହି- ଖାଦ୍ୟରେ ସାଧା ଦହି ଖାଇବା ଦ୍ୱାରା ମଧ୍ୟ ପେଟ ଯନ୍ତ୍ରଣାରୁ ଆରାମ ମିଳିଥାଏ ।

Get real time updates directly on you device, subscribe now.