fbpx
BJD SKY
BJD SKY

ପତ୍ନୀ ପର-ପୁରୁଷ ସହ ଥରେ ଶାରୀରିକ ସମ୍ପର୍କ ରଖିଥିଲେ, ଭରଣପୋଷଣ ଦେବାକୁ ମନା କରିପାରିବନି ସ୍ୱାମୀ: ହାଇକୋର୍ଟ

BJD

ଚଣ୍ଡିଗଡ଼: ପତ୍ନୀଙ୍କୁ ଭରଣପୋଷଣ ଦେବାକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ପଞ୍ଚାବ ଓ ହରିୟାଣା ହାଇକୋର୍ଟ । ଏକ ମାମଲାରେ ହାଇକୋର୍ଟ କହିଛନ୍ତି ଯେ, ଯଦି ପତ୍ନୀ ବାରମ୍ବାର ପର-ପୁରୁଷ ସହ ସମ୍ବନ୍ଧ ରଖନ୍ତି, ତେବେ ତାଙ୍କୁ ବ୍ୟଭିଚାର ଭାବରେ ବିଚାର କରି ଭରଣ-ପୋଷଣ ଦେବାରୁ ବଞ୍ଚିତ କରାଯାଇପାରିବ । ଏହା ସହ କୋର୍ଟ ପୁଣି କହିଛନ୍ତି ଯେ, ଥରେ ପର-ପୁରୁଷ ସହ ସମ୍ବନ୍ଧ ସ୍ଥାପନ ହୋଇଥିଲେ ପତ୍ନୀଙ୍କୁ ଭରଣ-ପୋଷଣ ଦେବାକୁ ସ୍ୱାମୀ ମନା କରିପାରିବ ନାହିଁ ।

ତେବେ ଫ୍ୟାମିଲି କୋର୍ଟରେ ଦାଖଲ ହୋଇଥିବା ଏକ ଯାଚିକାରେ ପତ୍ନୀ ନିଜ ପାଇଁ ଓ ତାଙ୍କ ୩ ପିଲାଙ୍କ ପକ୍ଷରୁ ସିଆରପିସିର ଧାରା ୧୨୫ ଅଧିନରେ ମାମଲା ରୁଜୁ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ୨୦୦୪ରେ ତାଙ୍କର ବିବାହ ହୋଇଥିଲା । କିନ୍ତୁ ପରେ ତାଙ୍କ ସ୍ୱାମୀ ଅବହେଳା କରି ନିଜ ୩ ସନ୍ତାନଙ୍କୁ ପାଳିବାକୁ ମନା କରିଦେଲେ । ପତ୍ନୀଙ୍କ ଅଭିଯୋଗକୁ ବିରୋଧ କରି ସ୍ୱାମୀ କହିଥିଲେ ଯେ, ମହିଳାଙ୍କର ପରକୀୟା ପ୍ରୀତି ଥିଲା ଓ ସେ ଏହାକୁ ୨୦୦୫ରେ ଲିଖିତ ଭାବରେ ସ୍ୱାକୀର କରିଥିଲେ ।

ଏହା ସହ ଆବେଦନକାରୀ(ସ୍ୱାମୀ) ଛୁଆଙ୍କ ବାୟୋଲୋଜିକାଲ ପିତା ହେବା ଉପରେ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାରେ ଉପସ୍ଥାପିତ ହୋଇଥିବା ପ୍ରମାଣ ଯାଞ୍ଚ କରିବା ପରେ ସେ ୨୦୦୫ ରେ ପତ୍ନୀ ଲେଖିଥିବା ଚିଠିର ପରୀକ୍ଷା ପାଇଁ ଆବେଦନ କରିଥିଲେ । ଏଥିସହ ସ୍ୱାମୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ କହିଛନ୍ତି ଯେ, ପତ୍ନୀଙ୍କୁ ତିନି ସନ୍ତାନଙ୍କ ସହ ଛାଡି ଦେଇଛନ୍ତି ସ୍ୱାମୀ । ଏପରି ପରିସ୍ଥିତିରେ ନିଜ ପିଲାମାନଙ୍କର ଯତ୍ନ ବା ଭରଣ ପୋଷଣଠାରୁ ଦୂରେଇ ଯାଇପାରିବେ ନାହିଁ ।

Get real time updates directly on you device, subscribe now.