fbpx

Video: ଆମେରିକାରେ ଅପହରଣ ହୋଇଥିବା ୪ ଭାରତୀୟଙ୍କ ମିଳିଲା ଶବ, ମୃତକଙ୍କ ମଧ୍ୟରେ ୮ ମାସର ଶିଶୁ

ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆରେ କୃରତାର ଶିକାର ହେଲେ ଭାରତୀୟ ପରିବାର। ନିକଟରେ ପଞ୍ଜାବର ଗୋଟିଏ ପରିବାରର ସମସ୍ତ ଲୋକଙ୍କୁ ଅପହରଣ କରାଯାଇଥିଲା ବୋଲି ସୂଚନା ମିଳିଥିଲା। ଏବେ ସେମାନଙ୍କର ଶବ ଉଦ୍ଧାର ହୋଇଛି। ଏମାନଙ୍କ ମଧ୍ୟରେ ଏକ ଆଠ ମାସର ଶିଶୁ ମଧ୍ୟ ରହିଛି। ଏମାନଙ୍କୁ ମର୍ସିଡ୍ କାଉଣ୍ଟିରୁ ଅପହରଣ କରାଯାଇଥିଲା। ସୋମବାରୁଠୁ ଏମାନଙ୍କର କୋଣସି ପତା ମିଳୁ ନଥିଲା। ସେଦିନରୁ ଏମାନଙ୍କୁ ଖୋଜା ଚାଲିଥିଲା। ଏହି ଘଟଣାରେ ଜଡ଼ିତ ଥିବା ସନ୍ଦେହରେ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ହେପାଜତରେ ପୋଲିସ ନେଇଛି।

ପ୍ରାଥମିକ ପର୍ଯ୍ୟାୟରେ ଏହି କେସ୍ ଅପହରଣ ଲାଗୁଥିବା ବେଳେ ଏବେ ଏହା ଏକ ଭିନ୍ନ ମୋଡ଼ ନେଇ ସାରିଛି। ଏଭଳି ଜଘନ୍ୟ କାଣ୍ଡ ବିଷୟରେ ଜାଣି ଆମେରିକାରେ ଥିବା ଭାରତୀୟମାନଙ୍କ ମନରେ ଛନକା ପଶି ଯାଇଛି। ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ୪ଜଣ ଏମାନଙ୍କୁ ବଳ ପୁର୍ବକ ଅପହରଣ କରି ନେଇଯାଇଥିଲେ। ସୂଚାନ ଅନୁସାରେ ପିଡ଼ିତ ପରିବାରଙ୍କ ଆମେରିକାରେ ନିଜର ପରିବହନ ବ୍ୟବସାୟ ରହିଛି। ଅମନଦୀପ ସିଂଙ୍କ ପରିବାର ମୂଳତ ପଞ୍ଜାବର ବାସିନ୍ଦା ଅଟନ୍ତି।

ଏକ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ସୂଚନା ମିଳିଥିଲା ଯେ, ମର୍ସିଡ୍ କାଉଣ୍ଟିର ଏକ ଏଟିଏମରେ ପିଡ଼ିତଙ୍କ ବ୍ୟାଙ୍କ କାର୍ଡବ୍ୟବହାର ହୋଇଥିଲା। ଏହା ପୁର୍ବରୁ ମର୍ସିଡ୍ କାଉଣ୍ଟିର ଅଗ୍ନୀ ନିରାପତା ଅଧିକାରି ଅମନଦୀପ ସିଂଙ୍କ ଏକ ଜଳୁଥିବହା ଟ୍ରକକୁ ଉଦ୍ଧାର କରିଥିଲେ। ଅଧିକାରୀ କହିଛନ୍ତି ଯେ, ଅପହରକାରୀାମନେ ପ୍ରମାଣ ନଷ୍ଟ କରିବା ପାଇଁ ଏଭଳି କାର୍ଯ୍ୟ କରିଛନ୍ତି। ଏହା ପୁର୍ବରୁ ୨୦୧୯ରେ ମଧ୍ୟ ଦୁଇ ଭାରତୀୟଙ୍କୁ ଅପହରଣ କରାଯାଇଥିଲା। ପରେ ସେମନାଙ୍କ ମୃତ ଦେହ କାର ଭିତରୁ ଉଦ୍ଧାର ହୋଇଥିଲା।

Get real time updates directly on you device, subscribe now.