fbpx

ଏଚସିଏଲ ଦେଉଛି ନିଯୁକ୍ତି ସୁଯୋଗ, ଦଶମ ଏବଂ ଗ୍ରାଜୁଏସନ ପାସ୍ କରିପାରିବେ ଆବେଦନ

ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ହିନ୍ଦୁସ୍ତାନ କପର୍ ଲିମିଟେଡରେ ଆବେଦନ କରିବା ପାଇଁ ମିଳୁଛି ସୁଯୋଗ । ହିନ୍ଦୁସ୍ତାନ କପର ଲିମିଟେଡ ରେ ଆସିଷ୍ଟାଣ୍ଟ ମ୍ୟାନେଜର ସହ ବିଭିନ୍ନ ପଦରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଖାସ୍ କଥା ହେଉଛି ଏହି ସବୁ ପଦରେ ଭର୍ତ୍ତି ପାଇଁ ଆଶାୟୀଙ୍କୁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ ତେବେ କେବଳ ଇଣ୍ଟରଭ୍ୟୁ ଦ୍ୱାରା ଚୟନ କରାଯିବ । ସମୁଦାୟ ଆବେଦନ ପଦ ରହିଛି ୫୦ । ଆବେଦନ କରିବାର ଶେଷ ତାରିଖ ୧୦ ଡିସେମ୍ବର ୨୦୨୧ ସକାଳ ୯ଟା ପର୍ଯ୍ୟନ୍ତ ରହିଛି । ତେବେ ଆବେଦନ କରିବା ପୂର୍ବରୁ ପ୍ରଥମେ ଅଫିସିଆଲ ନୋଟିଫିକେସନ ଦେଖିନିଅନ୍ତୁ ।

ଆଶାୟୀ ଏହି ଲିଙ୍କରେ ଯାଇ ଅଫିସିଆଲ ନୋଟିଫିକେସନ ଦେଖିପାରିବେ । https://hindustancopper.com/Page/Career_New

ଆସିଷ୍ଟାଣ୍ଟ ମ୍ୟାନେଜର, ମାଇନିଙ୍ଗ ଫୋରମ୍ୟାନ, ମେକାନିକାଲ ଫୋରମ୍ୟାନ, ଇଲେକ୍ଟ୍ରିକାଲ ସୁପରଭାଇଜର, ମାଇନିଙ୍ଗ ମେଟ୍, ମାଇନିଙ୍ଗ୍ ସର୍ଭେୟର, ଜିଓଲୋଜିଷ୍ଟ, ଇଲେକ୍ଟ୍ରିସିଆନ, ମାଗାଜିନ୍ କ୍ଲର୍କରେ ୫୦ ପଦବୀରେ ଆବେଦନ ଗ୍ରହଣ କରାଯାଉଛି ।

ମାଇନିଙ୍ଗ ମେଟ ପଦ ପାଇଁ ଆବେଦନ କରିବା ପାଇଁ ଆଶାୟୀଙ୍କ ନିକଟରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିଥିବା ଦରକାର । ଏହା ସହ ଆଶାୟୀଙ୍କ ପାଖରେ ମାଇନିଙ୍ଗ ମେଟ ସାର୍ଟିଫିକେଟ ରହିବା ଆବଶ୍ୟକ । ସେହିଭଳି ମାଗାଜୀନ କ୍ଲର୍କ ପଦରେ ଆବେଦନ କରିବା ପାଇଁ ଆଶାୟୀଙ୍କ ପାଖରେ କୌଣସି ଷ୍ଟ୍ରିମରେ ଗ୍ରାଜୁଏସନ ଡିଗ୍ରୀ ରହିଥିବା ଦରକାର । ଅଧିକ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଦେଖନ୍ତୁ ।

Get real time updates directly on you device, subscribe now.