fbpx

ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲେ ମହିଳା, ଅଳ୍ପକେ ବର୍ତ୍ତିଗଲା ଜୀବନ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରେଳ ପ୍ଲାଟଫର୍ମ ରେ ଅନେକ ସମୟରେ ଦୁର୍ଘଟଣାମାନ ଘଟିଥାଏ । ଏଭଳି କିଛି ଘଟଣା ସାମନାକୁ ଆସେ ଯେଉଁଥିରେ ଲୋକମାନେ ନିଜର ଜୀବନ କଥା ଚିନ୍ତା ନ କରି ଟ୍ରେନ୍ ରୁ ତଳକୁ ଡେଇଁ ପଡ଼ନ୍ତି କିମ୍ବା କୌଣସି କାରଣ ଯୋଗୁଁ ଏପରି କରିବାକୁ ବାଧ୍ୟ ହୁଅନ୍ତି । ଏହି କ୍ରମରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଦୁଇ ଜଣ ମହିଳା ଚଳନ୍ତା ଟ୍ରେନ୍ ରୁ ଡେଇଁ ବାକୁ ଚେଷ୍ଟା କରିଛନ୍ତି । ଏହି ଘଟଣା ପଶ୍ଚିମବଙ୍ଗ ପୁରୁଲିୟା ରେଳ ଷ୍ଟେସନ୍ ର ହୋଇଥିବା ଜଣାପଡ଼ିଛି ।

ଭିଡିଓଟିକୁ ଦକ୍ଷିଣ-ପୂର୍ବ ରେଳବାଇର ଟୁଇଟର୍ ହ୍ୟାଣ୍ଡେଲରେ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ମହିଳା ଯାତ୍ରୀ ସତ୍ରାଗଜୀ-ଆନନ୍ଦ ବିହାର ଟ୍ରେନ୍ ରେ ଯାଉଛନ୍ତି । ପୁରୁଲିୟା ଷ୍ଟେସନ୍ ରେ ଦୁହେଁ ଚଳନ୍ତା ଟ୍ରେନରୁ ଡେଈଁ ପଡ଼ିଛନ୍ତି । ଜଣେ ମହିଳା ଟ୍ରେନ୍ ଠାରୁ ଟିକେ ଦୂରକୁ ପଡ଼ିଯାଉଛନ୍ତି ଓ ଅନ୍ୟ ଜଣେ ଟ୍ରେନ୍ କୁ ଲାଗି ପଡ଼ିଛନ୍ତି । ଯଦି ଆଉ ଅଳ୍ପ ସମୟ ବି ବିଳମ୍ବ ହୋଇଥାନ୍ତା ତେବେ ସେ ଟ୍ରାକ୍ ରେ ଫସିଯାଇଥାନ୍ତେ । ଏହି ସମୟରେ ଅନ୍ୟ ଲୋକମାନଙ୍କ ସହିତ ଜଣେ ପୋଲିସ୍ କର୍ମଚାରୀ ଦୌଡ଼ି ଆସି ତାଙ୍କୁ ବଞ୍ଚାଉଛନ୍ତି । ତେବେ ଯେଉଁ ପୋଲିସ୍ କର୍ମଚାରୀ ଜଣକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସେ, ଜଣେ ସବ୍-ଇନିସପେକ୍ଟର୍ । ଭିଡିଓକୁ ନଭେମ୍ବର ୩୦ ତାରିଖରେ ସେୟାର୍ କରାଯାଇଛି ।

Get real time updates directly on you device, subscribe now.