fbpx

ବିନା ଗ୍ୟାରେଣ୍ଟିରେ କୃଷକଙ୍କୁ ମିଳିବ ୧.୬ ଲକ୍ଷ ଟଙ୍କାର ଲୋନ୍: ଜାଣନ୍ତୁକଣ ରହିଛି ପ୍ରସେସ

ନୂଆଦିଲ୍ଲୀ: କୃଷକ ମାନଙ୍କ ଉତ୍ଥାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂତନ ନିୟମ ଲାଗୁ କରାଯାଇଛି। ଏହି ନିୟମ ଅନୁସାରେ ଏଣିକି କୃଷକ ମାନଙ୍କୁ ୧.୬ ଟଙ୍କାର ଋଣ ବିନା ଗ୍ୟାରେଣ୍ଟିରେ ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ କିସାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଉଛି, ଏହି କାର୍ଡ ହିତାଧିକାରୀଙ୍କୁ ୩ ଲକ୍ଷ ଟଙ୍କା ଯାଏଁ ଋଣ ପ୍ରଦାନ କରାଯିବ। ଏହା ମଧ୍ୟରୁ ୧.୬ ଲକ୍ଷ ଟଙ୍କା ଯାଏଁ ଋଣ ବିନା ଗ୍ୟାରେଣ୍ଟିରେ ପ୍ରଦାନ କରାଯିବ। ପଶୁପାଳନ ପାଇଁ ଏହି ଅର୍ଥ ରାଶି ପ୍ରଦାନ କରାଯିବ। ବ୍ୟାଙ୍କ ପକ୍ଷରୁ ଏ ନେଇ ଶିବିର ଆୟୋଜନ କରାଯାଉଛି। ଏହି ଯୋଜନାରେ ପ୍ରାୟ ୧୬ ଲକ୍ଷ ହିତାଧିକାରୀ ଉପକୃତ ହେଇ ପାରିବେ।

ଗାଈ ପାଇଁ ୪୦୬୭୩ ଟଙ୍କାର ଋଣ ବ୍ୟବସ୍ଥା ରହିଥିବା ବେଳେ ମଇଁଷି ପାଳନ ପାଇଁ ୬୦୨୪୯ ଟଙ୍କା ପ୍ରଦାନ କରାଯିବ। ଛେଳି ଓ ମେଣ୍ଢା ମାନଙ୍କ ପାଇଁ ୪୦୬୩ ଟଙ୍କାର ଋଣ ବ୍ୟବସ୍ଥା ରହିଥିବା ବେଳେ ଅଣ୍ଡା ଦିଆ କୁକୁଡ଼ା ଚାଷ ପାଇଁ ୭୨୦ ଟଙ୍କା ଋଣ ପ୍ରଦାନର ବ୍ୟବସ୍ଥା ରହିଛି। ବ୍ୟାଙ୍କ ପକ୍ଷରୁ ସାଧାରଣତଃ ୭ ପ୍ରତିଶତ ଋଣ ବ୍ୟବସ୍ଥା ରହିଥିବା ବେଳେ ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ପ୍ରତିଶତ ଛାଡ ପ୍ରଦାନ କରାଯାଉଛି। ସର୍ବାଧିକ ୩ ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା ରହିଛି।

Get real time updates directly on you device, subscribe now.