fbpx

ପିଏଫ୍ ଆକାଉଣ୍ଟଧାରୀଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଫାଇଦା, ଜାଣନ୍ତୁ ଉଠାଇବେ କିପରି?

ନୂଆଦିଲ୍ଲୀ: ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ଯଦି ଆପଣଙ୍କୁ ଟଙ୍କାର ଆବଶ୍ୟକତା ରହିଛି, ତେବେ ଇପିଏଫ ଆପଣଙ୍କୁ ଏକ ଲକ୍ଷ ଟଙ୍କା ଫାଇଦା ଦେଉଛି । ଏଥିପାଇଁ ଆପଣଙ୍କୁ କିଛି ବି ଡକ୍ୟୁମେଣ୍ଟ ଦେବାକୁ ବି ପଡିବ ନାହିଁ । ଇପିଏଫ ପକ୍ଷରୁ ଦରମାପ୍ରାପ୍ତ ଲୋକଙ୍କୁ ଆଡଭାନ୍ସ କ୍ଲେମ ଅନୁସାରେ ଏହି ଟଙ୍କା ଉଠାଇବାକୁ ସୁବିଧା ଦିଆଯାଉଛି ।

ଇପିଏଫ୍ କହିଛି ଯେ, ମାରାତ୍ମକ ରୋଗ ପୀଡିତ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥାଏ । ଏହିପରି ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଖର୍ଚ୍ଚ ପୂରଣ କରିବା ପାଇଁ ରୋଗୀଙ୍କୁ ଆଡଭାନ୍ସ ସୁବିଧା ଦିଆଯାଉଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସର୍ତ୍ତ…

ଦାବି କରୁଥିବା କର୍ମଚାରୀଙ୍କ ରୋଗୀଙ୍କୁ ସରକାରୀ / ପବ୍ଲିକ୍ ସେକ୍ଟର ୟୁନିଟ୍ / ସିଜିଏଚଏସ ପ୍ୟାନେଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଆବଶ୍ୟକ । ଯଦି ଜରୁରୀକାଳୀନ ପରିସ୍ଥିତିରେ ଆପଣ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛ, ତେବେ ଏ ସମ୍ପର୍କରେ ତଦନ୍ତ କରାଯିବ । ଏହା ପରେ ହିଁ ଆପଣ ଡାକ୍ତରୀ କ୍ଲେମ ପାଇଁ ଆବେଦନ ପୂରଣ କରିପାରିବେ ।

କେତେ ଲାଭ ପାଇବେ?
ଆପଣ ଏଥିରେ ୧ ଲକ୍ଷ ଟଙ୍କା ପୂର୍ବରୁ ଆଡଭାନ୍ସ ଉଠାଇପାରିବେ । ଯଦି ଆପଣ ୱାର୍କିଂ ଡେ’ରେ ଆବେଦନ କରୁଛନ୍ତି, ତେବେ ପରଦିନ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହେବ । ଏହି ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟକୁ ନହେଲେ ଡାକ୍ତରଖାନାକୁ ସିଧାସଳଖ ଟ୍ରାନ୍ସଫର କରାଯାଇପାରେ । ଡାକ୍ତରଖାନାରୁ ଡିସଚାର୍ଜ ହେବାର ୪୫ ଦିନ ମଧ୍ୟରେ ଆପଣଙ୍କୁ ମେଡିକାଲ ସ୍ଲିପ ଜମା କରିବାକୁ ପଡିବ ।

ଟଙ୍କା କିପରି ଉଠାଇବେ, ଆସନ୍ତୁ ଜାଣିବା:

– ଆପଣ ଅଫିସିଆଲ୍ ୱେବସାଇଟ୍ www.epfindia.gov.inରେ ଅନଲାଇନ ଆଡଭାନ୍ସ କ୍ଲେମ କରିପାରିବେ ।

– ଏହା ବ୍ୟତୀତ unifiedportalmem.epfindia.gov.inରୁ ମଧ୍ୟ ଆଡଭାନ୍ସ କ୍ଲେମ କରାଯାଇପାରିବ ।

– ଏଠାରେ ଆପଣଙ୍କୁ ଅନଲାଇନ୍ ସେବା ଉପରେ କ୍ଲିକ୍ କରିବାକୁ ପଡିବ ।

– ଏବେ ଆପଣଙ୍କୁ କ୍ଲେମ ଫର୍ମ (ଫର୍ମ -୩୧,୧୯,୧୦ସି ଓ ୧୦ଡି) ପୂରଣ କରିବାକୁ ପଡିବ ।

– ଏହା ପରେ ନିଜ ବ୍ୟାଙ୍କ ଆକାଉଣ୍ଟର ଶେଷ ୪ ଅଙ୍କ ଏଣ୍ଟର କରି ଯାଞ୍ଚ କରିବାକୁ ପଡିବ ।

– ଏବେ ଆପଣଙ୍କୁ Proceed for Online Claim ଉପରେ କ୍ଲିକ୍ କରିବାକୁ ପଡିବ ।

– ଡ୍ରପ୍ ଡାଉନରୁ PF Advanceକୁ (ଫର୍ମ ୩୧) ଚୟନ କରିବାକୁ ପଡିବ ।

– ଏହା ପରେ ଆପଣଙ୍କୁ ଟଙ୍କା ଉଠାଇବାର କାରଣ ମଧ୍ୟ ଦେବାକୁ ପଡିବ ।

– ବର୍ତ୍ତମାନ ଆପଣଙ୍କୁ ରାଶି ଏଣ୍ଟର୍ କରିବାକୁ ପଡିବ ଓ ଚେକର ସ୍କାନ୍ କପି ଅପଲୋଡ୍ କରିବାକୁ ପଡିବ ।

– ଏହା ପରେ ତୁମର ଠିକଣା ବିବରଣୀ ପୂରଣ କରିବାକୁ ପଡିବ ।

– ଉପରେ Get Aadhaar OTP କ୍ଲିକ୍ କରନ୍ତୁ ଏବଂ ଆଧାର ଲିଙ୍କ୍ ହୋଇଥିବା ମୋବାଇଲରେ ଆସିଥିବା ଓଟିପିକୁ ଏଣ୍ଟର କରନ୍ତୁ ।

– ଏବେ ଆପଣଙ୍କ କ୍ଲେମ ଫାଇଲ୍ ହୋଇଯିବ ।

Get real time updates directly on you device, subscribe now.