fbpx

ବିରୋଧୀଙ୍କ ହଟ୍ଟଗୋଳ; ସୋମବାର ଯାଏଁ ଗୃହ ମୁଲତବି କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭାରେ ମମିତା ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା ଜାରି । ଅପରାହ୍ନରେ ଅଧିବେଶନ ଆରମ୍ଭ ହେବା ପରେ ପୁଣି ବିରୋଧୀଙ୍କ ହଙ୍ଗାମା । ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ କରିଛନ୍ତି । ତେବେ ବିରୋଧୀଙ୍କ ହୋହାଲ୍ଲା ଓ ହଟ୍ଟଗୋଳ ଯୋଗୁଁ ସୋବାର ପର୍ଯ୍ୟନ୍ତ ଗୃହ ମୁଲତବି ରଖିଲେ ବାଚସ୍ପତି ।

ସୂଚନାଯୋଗ୍ୟ, ଶନିବାର ବିଧାନସଭା ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିଥିଲେ । ବିରୋଧୀ ହୋହଲ୍ଲା ଓ ନାରାବାଜି ସହ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଗୃହରେ ପୂଜକ ବେଶରେ ଗଙ୍ଗାଜଳ ଛିଞ୍ଚିଥିଲେ ତାରା ବାହିନୀପତି । ତାରାଙ୍କ ପୂଜକ ବେଶ ସାଙ୍ଗକୁ ଘଣ୍ଟମାଡ଼ରେ କମ୍ପିଉଠିଥିଲା ଗୃହ । ଫଳରେ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.