fbpx

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇଆଇସିଙ୍କୁ ନୋଟିସ

କଟକ(ଓଡ଼ିଶା ଭାସ୍କର): ମାହାଙ୍ଗା ଡବଲ ମର୍ଡର ମାମଲାରେ ମାହାଙ୍ଗା ଥାନା ଆଇଆଇସିଙ୍କ ନୋଟିସ ହୋଇଛି । ଟାଇମ ପିଟିସନ ଖାରଜ କରି ସୋ-କଜ୍ ନୋଟିସ କରିଛନ୍ତି କୋର୍ଟ । ଥାନାଧିକାରୀ ନିହାର ମହାନ୍ତିଙ୍କୁ ସୋ-କଜ୍ ନୋଟିସ କରିଛନ୍ତି କୋର୍ଟ । ମାମଲାରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନହେବ, ସେନେଇ ଜଣାଇବାକୁ ତାଙ୍କୁ ନୋଟିସ୍ ଜାରି ହୋଇଛି । ୧୦ ତାରିଖ ମଧ୍ୟରେ ନୋଟିସର ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୦ ତାରିଖ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଦେଶ ସତ୍ୱେ ଗତକାଲି ବ୍ୟକ୍ତିଗତ ଭାବେ ଆଇଆଇସି ହାଜର ହୋଇନଥିଲେ । ପୁନଃ ତଦନ୍ତ ରିପୋର୍ଟ ପାଇଁ ଆଇଆଇସି ବାରମ୍ବାର ସମୟ ମାଗୁଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାରର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରାଯାଇଥିବାବେଳେ, ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ।

Get real time updates directly on you device, subscribe now.