fbpx

ଅଶ୍ୱିନ ଓ ସିରାଜଙ୍କ ଘାତକ ବୋଲିଂ: ୬୨ ରନରେ ସୀମିତ ନ୍ୟୁଜିଲାଣ୍ଡ

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଦୃଢ଼ ସ୍ଥିତିରେ ରହିଛି ଭାରତ। ଭାରତ ପ୍ରଥମ ଇନିଂସରେ ୩୨୫ ରନ କରିଥିବା ବେଳେ ଭ୍ରମଣକାରୀ ଦଳ ମାତ୍ର ୬୨ ରନରେ ଅଲ ଆଉଟ୍ ହୋଇ ୨୬୩ ରନ ପଛରେ ରହିଛି। ଭାରତ ପକ୍ଷରୁ ଆର ଅଶ୍ଵିନ ମାତ୍ର ୮ ରନ ଦେଈ ୪ ୱିକେଟ ନେଇଥିଲେ। ଉଭୟ ଅଶ୍ୱିନ ଓ ସିରାଜ ଘାତକ ବୋଲିଁ କରି ନିଉଜିଲ୍ୟାଣ୍ଡର ବିପର୍ଯ୍ୟୟ ଘଟାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ସର୍ବାଧିକ ୧୭ ରନ କରିଥିବା ବେଳେ ୯ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି। ସିରାଜ ୧୯ ରନରେ ୩ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୨ଟି ଏବଂ ଜୟନ୍ତ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମୟଙ୍କ ଅଗ୍ରୱାଲଙ୍କ ୧୫୦ ରନ୍ ଜରିଆରେ ୩୨୫ ରନ କରିଥିଲେ। ମୟଙ୍କ ଅଗ୍ରୱାଲ ୩୧୧ ବଲ୍ ଖେଳି ୧୭ଟି ଚୌକା ଓ ୪ଟି ଛକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୫୨ ଏଵଂ ଶୁବମନ୍ ଗିଲ ୪୪ ରନ କରିଥିଲେ। ଅଜାଜ୍ ପଟେଲ ୧୦ଟି ଯାକ ୱିକେଟ୍ ନେଇ ଇତିହାସ ରଚିଥିଲେ। ଟେଷ୍ଟ କ୍ରିକେଟର ୧୪୧ ବର୍ଷ ଇତିହାସରେ ତୃତୀୟ ବୋଲର ଭାବରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ।

Get real time updates directly on you device, subscribe now.