fbpx

ଓଡ଼ିଶାରେ କମୁଛି କରୋନା ଟେଷ୍ଟିଂ: ତାଗିଦ କଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ଓ ଟେଷ୍ଟି କମିବା ନେଇ କେନ୍ଦ୍ରର ତାଗିଦ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓଡ଼ିଶାର ୬ଟି ଜିଲ୍ଲାରେ ସପ୍ତାହକ ମଧ୍ୟରେ ସଂକ୍ରମଣ ହାର ବଢ଼ିଥିବାରୁ ଚିନ୍ତାପ୍ରକଟ କରିଛନ୍ତି । ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ, ବଲାଙ୍ଗିର ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ବଢ଼ିଥିବାନେଇ ଚିନ୍ତା ପ୍ରକାଶ କରିଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକରେ ୯୦୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଆରଟିପିସିଆର ଟେଷ୍ଟ ହାର ମଧ୍ୟ ସପ୍ତାହକରେ ୩.୧% କମିଥିବା କହିଛି କେନ୍ଦ୍ର । ଗତ ସପ୍ତାହରେ ୪.୦୧ ଲକ୍ଷ ଟେଷ୍ଟ, ଏ ସପ୍ତାହରେ ୩.୮୮ ଲକ୍ଷ ଟେଷ୍ଟିଂ ହୋଇଛି । ସଂକ୍ରମଣ ହ୍ରାସ ସହ ଟେଷ୍ଟିଂ ବଢ଼ାଇବାକୁ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନାରେ ବର୍ତ୍ତମାନ ସୁଦ୍ଧା ୧୦,୩୯,୨୦୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୮୪୧୮ ଜଣକର କରୋନାରେ ମୃତ୍ୟୁ ହୋଇଛି ଏବଂ ରାଜ୍ୟରେ ଏବେବି ୨୨୪୫ ଆକ୍ଟିଭ କେସ ରହିଛି । ସେପଟେ ସାରା ବିଶ୍ୱରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଏବେ ଚିନ୍ତାର କାରଣ ପାଲଟିଛି ।

Get real time updates directly on you device, subscribe now.