fbpx

ମେଗା ମିଶ୍ରଣ ପରେ ବିଶ୍ୱର ବହୁମୂଲ୍ୟ ବ୍ୟାଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ HDFC ବ୍ୟାଙ୍କ

ନୁଆଦିଲ୍ଲୀ: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ହାଉସିଂ ଫାଇନାନ୍ସ ପ୍ୟାରେଣ୍ଟ କମ୍ପାନୀର ମିଶ୍ରଣ ଜୁଲାଇ ୧ ତାରିଖରୁ ଲାଗୁ ହୋଇଛି । ଏହାକୁ ଭାରତୀୟ ଇତିହାସର ସବୁଠୁ ବଡ଼ କାରବାର ବୋଲି କୁହାଯାଉଛି। ଏହି ମିଶ୍ରଣ ପରେ ଦେଶର ପ୍ରଥମ ହୋମ୍ ଫାଇନାନ୍ସ କମ୍ପାନୀ ଏଚ୍‌ଡିଏଫ୍‌ସିର ଅସ୍ତିତ୍ୱ ଲୋପ ପାଇଯିବ ।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍‌ପୋରେସନ୍‌(ଏଚ୍‌ଡିଏଫ୍‌ସି) ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମିଶ୍ରଣ ହେବା ପରେ ପ୍ରଥମ ଥର ପାଇଁ ଏକ ଭାରତୀୟ କମ୍ପାନୀ ଦୁନିଆର ସବୁଠୁ ମୂଲ୍ୟବାନ୍ ବ୍ୟାଙ୍କ ଲିଷ୍ଟରେ ସାମିଲ ହେବ । ଯାହା ଶିର୍ଷ ସ୍ଥାନକୁ କବଜା କରିଥିବା ଆମେରୀକିୟ ଏବଂ ଚୀନ୍ ବୟାଙ୍କ ଗୁଡ଼ିକ ପାଇଁ ଚେତାବନୀ ସଦୃସ ହେବ ।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଦେଶର ସର୍ବବୃହତ ହାଉସିଂ ଫାଇନାନ୍ସ କମ୍ପାନୀ ଏଚ୍‌ଡିଏଫ୍‌ସି କୁ ୪ ଏପ୍ରିଲ ୨୦୨୨ ରେ ୪୦ ବିଲିୟନ ଟଙ୍କା ମୂଲ୍ୟର ଏକ ଷ୍ଟକ୍ ଡିଲରେ ମିଶ୍ରଣ କରିବାକୁ ରାଜି ହୋଇଥିଲା । ଏହି ମିଶ୍ରଣ ପରେ, ଏଚ୍‌ଡିଏଫ୍‌ସି ର ବଜାର କ୍ୟାପ୍ ୧୮ ଲକ୍ଷ କୋଟିରୁ ଅଧିକ ହେବ ।

ଏହି ଏଚ୍‌ଡିଏଫ୍‌ସି-ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମିଶ୍ରଣ ପରେ, ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ପ୍ରାୟ ୧୨୦ ନିୟୁତ ଗ୍ରାହକ ରହିବେ, ଯାହା ଜର୍ମାନୀର ଜନସଂଖ୍ୟାଠାରୁ ଅଧିକ । ଏହା ସହିତ ବ୍ୟାଙ୍କ ଏହାର ଶାଖା ନେଟୱାର୍କକୁ ୮,୩୦୦ ରୁ ଅଧିକ କରିବ ଏବଂ ବ୍ୟାଙ୍କର ମୋଟ କର୍ମଚାରୀଙ୍କ ଶକ୍ତି ୧,୭୭,୦୦୦ ରୁ ଅଧିକ ହେବ ।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲିମିଟେଡ୍ ଏବଂ ହାଉସିଂ ଫାଇନାନ୍ସ କର୍ପର ମିଶ୍ରଣ ପରେ ଏଚଡିଏଫ୍‌ସି ମାର୍କେଟ୍ କ୍ୟାପ୍ ୧୪ ଲକ୍ଷ କୋଟିରେ ପହଞ୍ଚିଛି । ଏହା ସହିତ ମାର୍କେଟ୍ କ୍ୟାପ୍ ଦୃଷ୍ଟିରୁ ଜେପି ମୋର୍ଗାନ୍ ଚେସ୍ ଏବଂ କମ୍ପାନୀ, ଇଣ୍ଡଷ୍ଟ୍ରିଆଲ ଏବଂ କମର୍ସିଆଲ ବ୍ୟାଙ୍କ ଅଫ ଚୀନ୍ ଲିମିଟେଡ୍ ଏବଂ ଅଫ୍ ଆମେରୀକା କର୍ପ ପରେ ଚତୁର୍ଥ ସ୍ଥାନରେ ପହଞ୍ଚିଯାଇଛି ।

Get real time updates directly on you device, subscribe now.