fbpx
BSKY
BJD MC SKY
BJD MS SKY

ବଲିଉଡ୍ ବାଦଶାହା ଶାହରୁଖ କହିଲେ ‘ବିରାଟ ତ ମୋର ଜ୍ୱାଇଁ ପରି’, ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କର କ୍ରିକେଟ ପ୍ରତି ଦୂର୍ବଳତା ଥିବା ବିଷୟ କାହାକୁ ଅଛପା ନାହିଁ । ଆଇପିଏଲ୍‌ରେ ଶାହରୁଖ କୋଲକାତା ନାଇଟ୍ ରାଇଡର୍ସ ଟିମ୍‌ର ମାଲିକ । ସୌରଭ ଗାଙ୍ଗୁଲି, ଗୌତମ ଗମ୍ଭୀର, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକଙ୍କ ପରି ସୁପ୍ରସିଦ୍ଧ କ୍ରିକେଟର ତାଙ୍କ ଟିମ୍ ଲାଗି ଖେଳି ସାରିଛନ୍ତି । କେବଳ ଏତିକି ନୁହେଁ କେକେଆର୍ ଟିମ୍ ୨ ଥର ଆଇପିଏଲ୍ ଚାମ୍ପିଆନ ବି ହୋଇଛି ।

ବିରାଟ କୋହଲି କେକେଆର ଟିମ୍ ସହ ଖେଳି ନ ଥିଲେ ବି ଶାହରୁଖଙ୍କ ସହ ତାଙ୍କର ଖାସ୍ ବଣ୍ଡିଂ ରହିଛି । କେତେକ ଅବସରରେ ବିରାଟ ଶାହରୁଖଙ୍କ ଫିଲ୍ମ ପଠାନର ଗୀତ ‘ଝୁମେ ଜୋ ପଠାନ’ ରେ ଡ୍ୟାନ୍ସ କରିଥିବାର ଦେଖିବାକୁ ମିଳିଛି । ଏବେ ଶାହରୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫ୍ୟାନ୍ସଙ୍କ ସହ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ବିରାଟଙ୍କୁ ନିଜର ଜ୍ୱାଇଁ ପରି କହି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ।

#Ask SRK କ୍ୟାମ୍ପେନ ସମୟରେ ଫ୍ୟାନମାନେ ଶାହରୁଖଙ୍କୁ ବିରାଟଙ୍କ ବିଷୟରେ #Jawan style ଷ୍ଟାଇଲରେ କିଛି କହିବାକୁ କହିଥିଲେ । ଏହା ଉପରେ ଶାହରୁଖ ଉତ୍ତରରେ ଲେଖିଥିଲେ, ମୁଁ ବିରାଟଙ୍କୁ ବହୁତ ଭଲ ପାଇଥାଏ । ସେ ମୋର ବହୁତ ନିଜର । ମୁଁ ସର୍ବଦା ତାଙ୍କର ଭଲ ପ୍ରଦର୍ଶନ ଲାଗି ପ୍ରାର୍ଥନା କରିବି । ସେ ମୋର ଜ୍ୱାଇଁ ପରି ଅଟନ୍ତି ବୋଲି ଶାହରୁଖ କହିଥିଲେ ।

ପ୍ରକୃତରେ ଶାହରୁଖଙ୍କର ବିରାଟଙ୍କ ସହିତ ଦୁଇପଟୁ ସଂପର୍କ ରହିଛି । ଦୁଇଜଣ ଦେଶର ପ୍ରସିଦ୍ଧ ତଥା ଲୋକପ୍ରିୟ ଚରିତ୍ର । ଏହା ସହ ବିରାଟ ଶାହରୁଖଙ୍କ କୋଷ୍ଟାର ଅନୁଷ୍କା ଶର୍ମାଙ୍କ ପତି । ଅନୁଷ୍କା ନିଜ ଫିଲ୍ମ କ୍ୟାରିୟର ଆରମ୍ଭ ଫିଲ୍ମ ‘ରବ ନେ ବନାଦି ଯୋଡି’ରୁ କରିଥିଲେ ଯେଉଁଥିଲେ କିଙ୍ଗ ଖାନ୍ ହିରୋ ଥିଲେ । ଅନୁଷ୍କା ଏହାପରେ ଶାହରୁଖଙ୍କ ସହ ବହୁ ଫିଲ୍ମରେ କାମ କରିଥିଲେ ମଧ୍ୟ ସେ ତାଙ୍କୁ ନିଜର ସହଯୋଗୀ ପରିବର୍ତ୍ତେ ମେଣ୍ଟର ବୋଲି ମାନିଥାନ୍ତି ।

Get real time updates directly on you device, subscribe now.