fbpx

ୟୁକ୍ରେନରୁ ଜୀବନ୍ତ ଫେରିଲା ପୁଅ: ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ବାପା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଯୁଦ୍ଧରେ ପ୍ରପୀଡିତ ୟୁକ୍ରେନରୁ ଜୀବନ୍ତ ଫେରିଲା ପୁଅ । ଏପରି ଘଟଣା ଦେଖି ବିମାନବନ୍ଦରରେ ବାପା ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡିଥିଲେ । ମୋ ପୁଅକୁ ମୋଦିଜୀ ଫେରାଇ ଆଣିଛନ୍ତି, ସେ ଆଜିଠୁ କେବଳ ମୋର ନୁହେଁ ବରଂ ମୋଦୀଜୀଙ୍କ ପୁଅ ବୋଲି କହିଛନ୍ତି ବାପା । ୟୁକ୍ରେନର ସୁମିରେ ଫସି ରହିଥିଲେ ଧ୍ରୁବ ପଣ୍ଡିତା । ଧ୍ରୁବ ୟୁକ୍ରେନରେ ଫସି ରହିଥିବା ବେଳେ ଚିନ୍ତାରେ ଥିଲେ ପରିବାର ଲୋକ । ତେବେ ଭାରତ ସରକାରଙ୍କ ଅପରେସନ ଗଙ୍ଗା ଜରିଆରେ ନିଜ ଦେଶକୁ ଫେରିବାରେ ସମର୍ଥ ହୋଇଥିଲେ ଧ୍ରୁବ ।

ଧ୍ରୁବଙ୍କୁ ବିମାନବନ୍ଦରକୁ ଗ୍ରହଣ କରିବାକୁ ଆସିଥିବା ପିତା ସଞ୍ଜୟ ଅତ୍ୟନ୍ତ ଭାବବିହ୍ୱଳ ହୋଇ ଯାଇଥିଲେ । ଯୁଦ୍ଧ ପ୍ରପୀଡିତ ୟୁକ୍ରେନରୁ ପୁଅର ଫେରିବା ନେଇ ସମସ୍ତ ଆଶା ଛାଡି ଦେଇଥିଲୁ । ହେଲେ ଭାରତ ସରକାରଙ୍କ ଉଦ୍ୟମ ବଳରେ ଦେଶକୁ ଫେରିବାକୁ ସକ୍ଷମ ହୋଇଥିଲେ ଧ୍ରୁବ । ଏହା ସହିତ ୟୁକ୍ରେନରେ ସେମାନଙ୍କୁ ପିଇବା ପାଇଁ ପାଣି ମିଳୁନଥିବା ନେଇ କହିଛନ୍ତି । ମୋଦୀଙ୍କ ପାଇଁ ମୋ ପୁଅ ଜୀବନ୍ତ ଫେରିଥିବାରୁ ସେ ମୋଦୀଙ୍କ ପୁଅ ବୋଲି କହିଛନ୍ତି ଶ୍ରୀନଗର ବାସିନ୍ଦା ସଞ୍ଜୟ ପଣ୍ଡିତା ।

Get real time updates directly on you device, subscribe now.