fbpx

ଚିଲିକା ବିଧାୟକ ପ୍ରଶାନ୍ତଙ୍କୁ BJDର ନିନ୍ଦା: ଜାଣନ୍ତୁ କ’ଣ କହିଲେ ନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାକୁ ନେଇ ରାଜନୀତି ମଧ୍ୟ ତୀବ ହୋବରେ ଲାଗିଛି । ଏହାରି ମଧ୍ୟରେ ମାମଲାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଦଳର ଅନେକ ବରିଷ୍ଠ ନେତା ଏହି ଘଟଣାକୁ ନିନ୍ଦା କରିଛନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ । ବିଧାୟକଙ୍କ ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ବିଜେଡି ତୀବ୍ର ନିନ୍ଦା କରୁଛି । ପୋଲିସ ପ୍ରଶାସନ ଦୃଢ଼ତାର ସହ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବ । ଅତୀତରେ ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବିଜେଡି ।’

ଏହା ସହ ଗାଡ଼ି ଚଢ଼ାଇବା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ତାଙ୍କ କହିବା ମୁତାବକ, ‘ଗଣତନ୍ତ୍ରରେ ହିଂସାକାଣ୍ଡ ସ୍ପୃହଣୀୟ ନୁହେଁ । ସେ ସାଧାରଣ ବିଧାୟକ ହୁଅନ୍ତୁ ବା ସାଧାରଣ ନାଗରିକ ହୁଅନ୍ତୁ । ଯେଉଁମାନେ ଅବିଚାରିତ ଆକ୍ରମଣ କରୁଛନ୍ତି, ତାହା ନିନ୍ଦାର କଥା । ଏହାକୁ ମୁଁ ତୀବ୍ର ନିନ୍ଦା କରୁଛି । ଅନ୍ୟ ଦଳ ବି ନିନ୍ଦା କରିବା ଉଚିତ୍ ।’

Get real time updates directly on you device, subscribe now.