fbpx

ESIC ରେ ଏହି ପଦ ପାଇଁ ନିଯୁକ୍ତି ସୁଯୋଗ, ଗ୍ରାଜୁଏଟ୍ ଆଶାୟୀ କରନ୍ତୁ ଆବେଦନ

କର୍ମଚାରୀ ରାଜ୍ୟ ବୀମା ନିଗମ(ଇସିଏସଆଇ) ରେ ସୋସିଆଲ ସିକ୍ୟୁରିଟି ଅଫିସର ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ସମୁଦାୟ ୯୩ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଆଶାୟୀ ଅଫିସିଆଲ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । ଆଦେବ ୧୨ ମାର୍ଚ୍ଚରୁ ୧୨ ଏପ୍ରିଲ୍ ମଧ୍ୟରେ ଆବେଦନ ହେବ ।

ଯୋଗ୍ୟତା: ପଦ ପାଇଁ କୌଣସି ବିଷୟରେ ଗ୍ରାଜୁଏସନ ସହ କମ୍ପ୍ୟୁଟର ଶିକ୍ଷା ଆବଶ୍ୟକ ।

ବୟସସୀମା: ୨୧ ରୁ ବୟସ ପର୍ଯ୍ୟନ୍ତ ଆଶାୟୀ ଆବେଦନ କରିପାରିବେ । ଓବିସି, ଏସସି, ଏସଭଟି ବର୍ଗଙ୍କ ପାଇଁ ସଂରକ୍ଷଣ ରହିଛି ।

ଚୟନ କରାଯିବା ପରେ ଆଶାୟୀଙ୍କୁ ପେ ମେଟ୍ରିକ୍ସ ୭ ଅନୁଯାୟୀ ୪୪,୯୦୦ ଟଙ୍କାରୁ ୧୪୨୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

 

Get real time updates directly on you device, subscribe now.