fbpx

ପଜିଟିଭ କହି ୬ ସମିତିସଭ୍ୟଙ୍କୁ ଉଠାଇନେଲେ: ଧାରଣାରେ ଗ୍ରାମବାସୀ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଉତ୍ତେଜନା । ନିର୍ବାଚନ ପୂର୍ବରୁ ଜିଲ୍ଲା ପ୍ରଶାସନର କୋଭିଡ ଟେଷ୍ଟକୁ ବିରୋଧ କରାଯାଇଛି । ପଜିଟିଭ କହି ଗୋଟିଏ ଗୋଷ୍ଠୀର ୬ ସମିତିସଭ୍ୟଙ୍କୁ ଉଠାଇନେଇଛନ୍ତି ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଆମ୍ବୁଲାନ୍ସ ଡକାଇ ୬ ଜଣଙ୍କୁ ଉଠାଇନେଇଥିବା ସୂଚନା ମିଳିଛି । ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଲୋକମାନେ ଧାରଣା ଦେଇଛନ୍ତି ।

ତେବେ ଚଳିତ ପଞ୍ଚାୟତ ନିର୍ବାଚନର ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ-୧୯ ନିୟମାବଳୀ ଅନୁସାରେ ହୋଇଥିଲା। ଏଥିପାଇଁ ମତଦାନର ପୂର୍ବଦିନ ମତଦାନ କେନ୍ଦ୍ରଗୁଡ଼ିକୁ ଭଲ ଭାବେ ବିଶୋଧନ ଏବଂ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ଦ୍ବିତୀୟ ଡୋଜ୍ କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଥିଲା । ମତଦାନ କେନ୍ଦ୍ରରେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବା ଓ ସାନିଟାଇଜର୍ ବ୍ୟବହାର କରିବା ବାଧ୍ୟତାମୂଳକ ଥିଲା । ଭୋଟ୍‌ ଦିନ ଭୋଟରଙ୍କ ପ୍ରବେଶ ପାଇଁ ପ୍ରବେଶ ଦ୍ବାର ନିକଟରେ ଥର୍ମାଲ୍ ସ୍କ୍ରିନିଂ ସହ ସାନିଟାଇଜର୍ ବ୍ୟବହାର କରାଯାଇଥିଲା । ପ୍ରତ୍ୟେକ ଭୋଟର ମାସ୍କ ପିନ୍ଧି ମତଦାନ କରିବା ନିୟମ ଥିଲା ।

Get real time updates directly on you device, subscribe now.