fbpx

ମହିଳା ବିଶ୍ୱକପ୍ କ୍ରିକେଟ: ମନ୍ଧାନା ଓ ହରମନପ୍ରୀତଙ୍କ ଶତକ, ୧୫୫ ରନରେ ହାରିଲା ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ: ମହିଳା ବିଶ୍ୱକପରେ ଭାରତ ବୃହତ୍ ବିଜୟ ହାସଲ କରିଛି । ହାମିଲଟନରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଭାରତର ୧୫୫ ରନର ବୃହତ୍ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୧୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସ୍ମୃତି ମନ୍ଧାନା ୧୨୩ ଓ ହରମନପ୍ରୀତ କୌର ୧୦୯ ରନର ପାଳି ଖେଳିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଏ.ମହମ୍ମଦ ୨ଟି, ଶମିଲିଆ କନେଲ, ହେଲେ ମାଥ୍ୟୁସ, ଏସ. ସେଲମାନ, ଡି. ଡୋଟିନ, ଆଲିଆହ ଆଲେନେ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ୱେଷ୍ଟଇଣ୍ଡିଜ ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଡି. ଡୋଟିନ ୬୨, ହେଲେ ମାଥ୍ୟୁସ ୪୩ ରନ୍ ସଂଗ୍ରହ କରିଥିଲେ । ଭାରତୀୟ ବୋଲରଙ୍କ ଆଟାକରେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମାନମାନେ ତିଷ୍ଠି ପାରିନଥିଲେ । ଭାରତ ପକ୍ଷରୁ ସ୍ନେହ ରଣା ୩ଟି, ମେଘନା ସିଂହ ୨ଟି, ଝୁଲଣ ଗୋସ୍ୱାମୀ, ରାଜେଶ୍ୱରୀ ଗାଏକୱାଡ ଓ ପୂଜା ଭଷ୍ଟ୍ରାକର ଗୋଟିଏ ଲେଖାଏଁ ୱିକେଟ ଦଖଲ କରିଥିଲେ । ଏହି ବିଜୟ ଫଳରେ ଟିମ୍ ଇଣ୍ଡିଆରେ ଚଳିତ ବିଶ୍ୱକପରେ ଦ୍ୱିତୀୟ ବିଜୟ ହାସଲ କରିଛି ।

Get real time updates directly on you device, subscribe now.