fbpx

ଏବେ ଆଧାର କାର୍ଡ ମାଧ୍ୟମରେ UPI ସର୍ଭିସ ପାଇଁ କରିପାରିବେ ରେଜିଷ୍ଟର: ଆବଶ୍ୟକ ନାହିଁ ଡେବିଟ୍ କାର୍ଡ

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ ଭାରତରେ ଡିଜିଟାଲ୍ ପେମେଣ୍ଟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏପରି ପରିସ୍ଥିତିରେ ୟୁପିଆଇ ଡିଜିଟାଲ୍ ପେମେଣ୍ଟ ହେଉଛି ଅନଲାଇନ୍ ପେମେଣ୍ଟର ସବୁଠାରୁ ସାଧାରଣ ପଦ୍ଧତି । ପୂର୍ବରୁ ୟୁପିଆଇ ସର୍ଭିସ ପାଇଁ ରେଜିଷ୍ଟର କରିବା ସମୟରେ ଆପଣଙ୍କୁ ନିଜର ଡେବିଟ କାର୍ଡ ରେଜିଷ୍ଟର କରିବା ବାଧ୍ୟତାମୂଳକ ଥିଲା । କିନ୍ତୁ ଏବେ ନିୟମରେ ପରିବର୍ତ୍ତନ ପରେ କେବଳ ଆଧାର କାର୍ଡ ଓ ରେଜିଷ୍ଟ୍ରର ମୋବାଇଲ ନମ୍ବର ଓଟିପି ମାଧ୍ୟମରେ ୟୁପିଆଇ ସର୍ଭିସ ପାଇଁ ଗ୍ରାହ ରେଜିଷ୍ଟର କରିପାରିବେ । ଏବେ ଡେବିଟ୍ କାର୍ଡ ନମ୍ବର ଦେବାର ଆବଶ୍ୟକତା କମିଯାଇଛି । କୁହାଯାଉଛି ଯେ, ଏହି ବଡ ପରିବର୍ତ୍ତନ ପରେ ୟୁପିଆଇ ପେମେଣ୍ଟରେ ଅଧିକ ଉନ୍ନତି ଦେଖିବାକୁ ମିଳିପାରେ ।

ଡେବିଟ୍ କାର୍ଡ ନମ୍ବର ବିନା କରିପାରିବେ ୟୁପିଆଇ ପେମେଣ୍ଟ:-
ଗତ କିଛି ବର୍ଷ ମଧ୍ୟରେ ସରକାର ଏବଂ ଆରବିଆଇ ଦେଶରେ ଡିଜିଟାଲ ପେମେଣ୍ଟ ପରିସରକୁ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି । ଏପରି ପରିସ୍ଥିତିରେ ୟୁପିଆଇ ପେମେଣ୍ଟ କରିବା ପାଇଁ ପୂର୍ବରୁ ଡେବିଟ୍ କାର୍ଡ ବାଧ୍ୟତାମୂଳକ ଥିଲା । ଏହି କାରଣରୁ ଡେବିଟ୍ କାର୍ଡ ନଥିବା ସମୟରେ ଅନେକ ଲୋକ ୟୁପିଆଇରେ ରେଜିଷ୍ଟର କରିପାରୁନଥିଲେ । କିନ୍ତୁ ଏବେ କେବଳ ଆଧାର କାର୍ଡ ଜରିଆରେ ସେମାନେ ନିଜକୁ ୟୁପିଆଇ ପେମେଣ୍ଟ ସହ ଯୋଡି ପାରିବେ । ଏନପିସିଆଇ ଏବେ ଆଧାର ସହ ୟୁପିଆଇକୁ ରେଜିଷ୍ଟର କରିବାକୁ ମଞ୍ଜୁରୀ ଦେଇଛି ।

ଆପଣ କେବଳ ଆଧାର ନମ୍ବର ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବର ସାହାଯ୍ୟରେ ୟୁପିଆଇରେ ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ କେବଳ ଆଧାର ସହିତ ଲିଙ୍କ୍ ହୋଇଥିବା ଆବଶ୍ୟକ । ଏହାର ଆଧାର ମାଧ୍ୟମରେ ଆପଣଙ୍କ ୟୁପିଆଇ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇଯିବ । ଏଥିପାଇଁ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ଲିଙ୍କ୍ ହୋଇନାହିଁ, ତେବେ ଯଥାଶୀଘ୍ର ଏହାକୁ ଲିଙ୍କ୍ କରନ୍ତୁ ।

Get real time updates directly on you device, subscribe now.