fbpx
BJD SKY
BJD SKY

(Video)୧୬ ଜଣ ଯୁବତୀଙ୍କୁ ମାରି ମୃତଦେହ ସେକ୍ସ କରୁଥିଲା ସଇତାନ୍, ତା’ପରେ ତାଙ୍କ ମାଂସ ରାନ୍ଧି …

BJD

ଦୁନିଆରେ ଦିନକୁ ଦିନ ଏଭଳି କିଛି ଦୁଷ୍କର୍ମ ବା ହତ୍ୟା ଘଟଣା ସାମ୍ନାକୁ ଆସୁଛି, ଯାହାକୁ ଶୁଣି ଆପଣଙ୍କ ବି ଲୋକ ଟାଙ୍କୁରି ଯିବ । କିଛି ସଇତାନଙ୍କ ପାଇଁ ଘରୁ ବାହାରିବା ବି ଯୁବତୀଙ୍କ ପାଇଁ ଅସୁରକ୍ଷିତ ହୋଇଛି । ବହୁ ବର୍ଷ ପୂର୍ବେ ହତ୍ୟା ଓ ଦୁଷ୍କର୍ମ ଘଟଣାର ଏଭଳି ଏକ ଖୁଲାସା ହୋଇଥିଲା, ଯାହାକୁ ଶୁଣି ଆପଣ ବି ଭୟଭୀତ ହୋଇପଡ଼ିବେ । ୧୬ ଜଣ ଯୁବତୀଙ୍କୁ ମାରି ଅଭିଯୁକ୍ତ ଜଣକ ସେମାନଙ୍କ ମୃତଦେହ ସହ ଶାରୀରିକ ସମ୍ପର୍କ ରଖୁଥିବା ଘଟଣା ସାମ୍ନାକୁ ଆସିଥିଲା ।

ଜୀବିତ ଅବସ୍ଥାରେ ନମାନିଲେ, ଯୁବତୀଙ୍କୁ ମାରି ମୃତଦେହ ସହ ସେକ୍ସ କରୁଥିଲା ଅଭିଯୁକ୍ତ । ଏତିକିରେ ମନ ଶାନ୍ତ ହେଉନଥିଲା ଯେ, ଯୁବତୀମାନଙ୍କ ଶରୀରକୁ ରୋଷେଇ କରୁ ଖାଉଥିଲା ସେହି ନରରାକ୍ଷସ । ତେବେ ୨୦୦୫ର ସବୁଠାରୁ ଭୟଙ୍କର ହତ୍ୟା ମାମଲା ମଧ୍ୟରେ ଏହା ହେଉଛି ସବୁଠାରୁ ବଡ଼ ମାମଲା ।

ସୂଚନା ଅନୁସାରେ, ୨୦୦୫ରେ ନିଥାରୀ ପୋଲିସ ଷ୍ଟେସନରେ ଶିଶୁ ଓ ମହିଳା ନିଖୋଜ ହେବା ଘଟଣା ନେଇ ପ୍ରଥମେ ମାମଲା ରୁଜୁ ହୋଇଥିଲା । ଅଧିକାଂଶ ମାମଲାକୁ ପୋଲିସ ଗୁରୁତର ସହ ନନେଇ ଅଣଦେଖା କରୁଥିଲା । ନିଖୋଜଙ୍କ ମଧ୍ୟରେ ରଖିଥିଲେ ଅନେକ ନାବାଳିକା । ସେମାନେ ନିଜ ପ୍ରେମିକଙ୍କ ସହ ଘରଛାଡ଼ି ଚାଲିଯାଇଥିବା ସମସ୍ତେ ଚିନ୍ତା କରୁଥିଲେ । କିନ୍ତୁ ବାରମ୍ବାର ଏପରି ଘଟଣା ମୁଣ୍ଡବିନ୍ଧାର କାରଣ ପାଲଟିଲା ।

କିନ୍ତୁ ଘଟଣାର ସେତେବେଳେ ଖୁଲାସା ହୋଇଥିଲା, ଯେବେ ନାଳରୁ ବୋଲତ ଭିତରେ ଏକ କଟାହାତ ମିଳିଥିଲା । ପୋଲିସ ଏହାକୁ କୌଣସି ଜୀବର ହାତ ବୋଲି କହୁଥିବା ବେଳେ ପରେ ଏହା ଏକ ଯୁବତୀଙ୍କ ହାତ ବୋଲି ଜଣାପଡିଥିଲା । ପୋଲିସର ଖୋଳତାଡ଼ ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା । ତେବେ ଦେଖନ୍ତୁ ଏହି ସ୍ପେଶାଲ ଭିଡିଓ…

Get real time updates directly on you device, subscribe now.