fbpx
BSKY
BJD YOUTH SKY
BJD MS SKY

ସମୁଦ୍ର ଜଳରୁ ବୈଜ୍ଞାନିକମାନେ ଠାବକଲେ ୫୫୦୦ ନୂଆ ଭାଇରସ୍, ଭବିଷ୍ୟତରେ ଏହା ଭୟଙ୍କର ବୀମାରୀର କାରଣ ସାଜିପାରେ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସର ପ୍ରକୋପ ହ୍ରାସ ପାଇଥିଲେ ହେଁ ବିଭିନ୍ନ ଦେଶରେ ଏବେ ବି ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି । ତେବେ ନିକଟରେ ବୈଜ୍ଞାନିକମାନେ ୫୫୦୦ ନୂଆ ଭାଇରସର ସନ୍ଧାନ କରିଛନ୍ତି । ଏହି ସମସ୍ତ ଭାଇରସ କରୋନା ପରି ଆରଏନଏ ଭାଇରସ ବୋଲି ଜଣାପଡ଼ିଛି । ତେବେ ସବୁଠାରୁ ଚିନ୍ତାଚନକ ଖବର ଏହା ଯେ, ଏହି ସମସ୍ତ ଭାଇରସକୁ ଭାରତର ଆରବ ସାଗର ଓ ହିନ୍ଦ ମହାସାଗର ଉତ୍ତର-ପଶ୍ଚିମାଞ୍ଚଳରେ ଠାବ କରାଯାଇଛି । ଆମେରିକାର ଓହିୟୋ ୟୁନିଭରସିଟି ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ଖୁଲାସା ହୋଇଛି ।

ଭାଇରସଙ୍କ ସନ୍ଧାନ କରିବା ପାଇଁ ବୈଜ୍ଞାନିକମାନେ ବିଶ୍ୱର ସମସ୍ତ ସମୁଦ୍ରର ୧୨୧ଟି ସ୍ଥାନର ଜଳରୁ ୩୫ ହଜାର ସାମ୍ପୁଲ୍ସ ସଂଗ୍ରହ କରିଥିଲେ । ଯାଞ୍ଚ ପରେ ପାଖାପାଖି ୫୫୦୦ ନୂଆ ଆରଏନଏ ଭାଇରସ୍ ଥିବା ସ୍ପଷ୍ଟ ହୋଇଥିଲା । ସେଥିରେ ୫ ପ୍ରକାର ବର୍ତ୍ତମାନର ପ୍ରଜାତି ଓ ୫ ପ୍ରକାରର ନୂଆ ପ୍ରଜାତି ରହିଥିଲେ । ତେବେ ନୂଆ ପ୍ରଜାତିର ଭାଇରସ ବହୁତ କମ୍ ରହିଥିବା ସାମ୍ପୁଲ୍ସ ଟେଷ୍ଟିଂରୁ ପ୍ରମାଣିତ ହୋଇଥିଲେ ଭବିଷ୍ୟତରେ ଏହା ଲକ୍ଷାଧିକ ସଂଖ୍ୟା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଜଣେ ରିସର୍ଚ୍ଚର କରିଛନ୍ତି ।
ବୈଜ୍ଞାନିକଙ୍କ ମତରେ, ରିସର୍ଚ୍ଚରୁ କେବଳ ଆରଏନଏ ଭାଇରସ ବିଷୟରେ ତଥ୍ୟ ମିଳିଛି, ଯାହାକି ବର୍ତ୍ତମାନ ସମୟରେ ବିଶ୍ୱରେ ତାଣ୍ଡବ ରଚୁଛି । ଏଥିରେ କରୋନା, ଇନଫ୍ଲୁଏନଜା ଓ ଇବୋଲା ଭାଇରସ ସାମିଲ ରହିଛନ୍ତି । ଏପରି ନୂଆ ନୂଆ ଭାଇରସ ଆଗାମୀ ଦିନମାନଙ୍କରେ ବଡ଼ ବଡ଼ ବୀମାରୀକୁ ଡାକି ଆଣିପାରେ । ଭବିଷ୍ୟତରେ ନୂଆ ଭାଇରସର ପ୍ରକୋପରୁ ରକ୍ଷା ପାଇବା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।

Get real time updates directly on you device, subscribe now.