fbpx
BSKY SKY
BSKY SKY

(Video) ନ୍ୟୁୟର୍କରେ ଫାୟାରିଂ କରିଥିବା ଅଭିଯୁକ୍ତ ଚିହ୍ନଟ, ସୂଚନା ଦେଲେ ମିଳିବ ଏତିକି ଟଙ୍କା ପୁରସ୍କାର

BSKY

ୱାଂଶିଟନ୍: ଆମେରିକାର ସବୁଠାରୁ ବଡ଼ ସହର ନ୍ୟୁୟର୍କର ବ୍ରୁକଳିନରେ ମଙ୍ଗଳବାର ଦିନ ଏକ ମେଟ୍ରୋ ଷ୍ଟେସନରେ ଅଚାନକ୍ ଗୁଳିମାଡ଼ ହୋଇଛି । ଅଧିକାରୀଙ୍କ କହିବା ମୁ୍ତାବକ, ଏହି ଆକ୍ରମଣରେ ମୋଟ ୧୦ ଲୋକଙ୍କୁ ଗୁଳି ଲାଗିଛି, ଯେଉଁଥିରେ ୭ ପୁରୁଷ ଓ ୩ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଅନ୍ୟ ୧୩ ଜଣ ଲୋକ ଦୌଡ଼ାଦୌଡ଼ି କଲାବେଳେ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଅନେକ ବିସ୍ଫୋଟକ ମଧ୍ୟ ଜବତ ହୋଇଛି ।

ତେବେ ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି । ପୋଲିସ ପକ୍ଷରୁ ଫ୍ରାଙ୍କ ଜେମ୍ସର ଫଟୋ ପ୍ରକାଶ କରାଯାଇଥିବା ବେଳେ ତାକୁ ୬୨ ବର୍ଷ ବୟସ ହୋଇଥିବା କୁହାଯାଇଛି । ଅଭିଯୁକ୍ତର ସୂଚନା ପାଇବା ମାତ୍ରେ ଖବର ଦେବାକୁ ପୋଲିସ ନିବେଦନ କରିଛି । ଏଥିପାଇଁ ୫୦,୦୦୦ ଡଲାରର ପୁରସ୍କାର ମଧ୍ୟ ରଖାଯାଇଛି ।

ନ୍ୟୁୟର୍କ ପୋଲିସ କମିଶନର କହିଛନ୍ତି ଯେ, ଆକ୍ରମଣ କରିଥିବା ଅଭିଯୁକ୍ତ ଜଣକ ୫ ଫୁଟ ୫ ଇଞ୍ଚ ବିଶିଷ୍ଟ ଏକ କଳା ରଙ୍ଗର ବ୍ୟକ୍ତି ଥିଲା । ଏହି ଆକ୍ରମଣ ସମ୍ବନ୍ଧରେ କୌଣସି ବି ଭିଡିଓ ପାଖରେ ଥିଲେ ଆମକୁ ଦିଅ ବୋଲି ସେ କହିଛନ୍ତି । ଏବେ ବି ଅଭିଯୁକ୍ତ ଜଣକ ଖୋଲା ବୁଲୁଛି, ଯାହାକି ଅତି ବିପଜ୍ଜନକ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.