fbpx
BJD
BJD SKY
BJD SKY

ବ୍ୟାଙ୍କ ଅଫ୍ ବରୋଦାରେ AMO ପଦ ଖାଲି: ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ : ଦେଶର ଅନ୍ୟତମ ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟାଙ୍କ ଅଫ ବରୋଦାରେ ସୃଷ୍ଟି ହୋଇଛି ଖାଲିପଦ । ଏଗ୍ରିକଲଚରାଲ ମାର୍କେଟିଙ୍ଗ ଅଫିସର ପଦବୀ ପାଇଁ ଏହି ଖାଲିପଦ ସୃଷ୍ଟି ହୋଇଥିବା ବେଳେ ୨୬ ତାରିଖ ଆବେଦନର ଶେଷ ତାରିଖ ରହିଛି । ବ୍ୟାଙ୍କ ଅଫ୍ ବରୋଦାର ଆଧିକାରିକ ୱେବସାଇଟରେ ଏହି ସବୁ ପଦ ପାଇଁ ଆବେଦନ କରିହେବ । ଏହି ଲିଙ୍କରେ https://www.bankofbaroda.in/ କ୍ଲିକ୍ କରି ମଧ୍ୟ ଆବେଦନ କରି ପାରିବେ ।

ସମୁଦାୟ ୧୦ଟି ସ୍ଥାନରେ ଖାଲିପଦ ଥିବା ଜଣାପଡିଛି । ୨୬ଟି ପଦ ପାଇଁ ଭ୍ୟାକେନ୍ସି ରହିଥିବା ବେଳେ ପାଟନାରେ ୪, ଚେନ୍ନାଇରେ ୩, ମାଙ୍ଗାଲୋରରେ ୨, ନୂଆଦିଲ୍ଲୀରେ ୧, ରାଜକୋଟରେ ୨, ଚଣ୍ଡୀଗଡରେ ୪, ଏର୍ଣ୍ଣାକୁଲମରେ ୨, କୋଲକାତାରେ ୩, ମୀରଟରେ ୩ ଏବଂ ଅହମ୍ମଦାବାଦରେ ୨ଟି ଖାଲି ପଦ ରହିଛି ।

କୃଷି ମାର୍କେଟିଙ୍ଗରେ ସ୍ନାତକ କରିଥିବା ଛାତ୍ରଛାତ୍ରୀ ଏହି ପଦ ପାଇଁ ଆବେଦନ କରିପାରିବେ । ୨୫-୪୦ ବର୍ଷ ବୟସର ପ୍ରାର୍ଥୀ ମାନେ ଏହି ପଦ ପାଇଁ ଆବେଦନ କରିପାରିବେ । ମେଟ୍ରୋ ସିଟି ମାନଙ୍କରେ ବେତନ ବାର୍ଷିକ ୧୮ ଲକ୍ଷ ଟଙ୍କା ଏବଂ ଅଣ ମେଟ୍ରୋ ସିଟିରେ ବାର୍ଷିକ ୧୫ ଲକ୍ଷ ଟଙ୍କାର ବେତନ ମିଳିବ । ଆବେଦନ କରିବା ପାଇଁ ଜେନେରାଲ ବର୍ଗର ପ୍ରାର୍ଥୀଙ୍କ ପାଇଁ ୬୦୦ ଟଙ୍କା ଓ ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଟଙ୍କାର ଚାର୍ଜ ରଖାଯାଇଛି ।

Get real time updates directly on you device, subscribe now.