fbpx

୨୧ଦିନ ପରେ ବାପା ହୋଇଥାନ୍ତେ, କାବୁଲ ବିସ୍ଫୋରଣରେ ସବୁଦିନ ପାଇଁ ଆଖି ବୁଜିଲେ

ୱାଶିଂଟନ୍: ଆଫଗାନିସ୍ତାନରେ ବର୍ତ୍ତମାନ ଯୁଦ୍ଧୁସ୍ଥିତି ଜାରି ରହିଛି । ଇତି ମଧ୍ୟରେ ନିକଟରେ କାବୁଲ ବିମାନ ବନ୍ଦରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏଥିରେ ୧୬୯ ଜଣ ଆଫଗାନିସ୍ତାନ ନାଗରିକଙ୍କ ବ୍ୟତୀତ ୧୩ ଜଣ ଆମେରିକୀ ସୈନ୍ୟଙ୍କ ପ୍ରାଣ ହରାଇଥିଲେ । ଏହାବ ବ୍ୟତୀତ ୧୮ ଜଣ ଆମେରିକୀ ନାଗରିକ ଆହତ ହୋଇଥିଲେ । ଆଉ ଏହି ବୋମା ବିସ୍ଫୋରଣ ପଛରେ ଆଇଏସଆଇଏସ୍ ଆତଙ୍କବାଦୀ ମାନଙ୍କ ହାତ ଥିବା ସେମାନେ ମାନିଥିଲେ । ତେବେ ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୩ ଜଣ ଆମେରିକୀ ସୈନ୍ୟଙ୍କ ମଧ୍ୟରେ ଜଣେ ଏପରି ସୈନ୍ୟ ପ୍ରାଣ ହରାଇଛନ୍ତି ଯିଏକି ଆଉ ମାତ୍ର ୨୧ ଦିନ ପରେ ବାପା ହେବାର ସୁଖ ଲାଭ କରିଥାନ୍ତେ । ହେଲେ କାବୁଲରେ ନାଗରିକ ମାନଙ୍କୁ ଉଦ୍ଧାର କରିବା ବେଳେ ସେ ଦୁନିଆ ଛାଡ଼ି ଆରପାରିକୁ ଚାଲିଗଲେ ।

ତେବେ ପ୍ରାଣ ହରାଇଥିବା ଉକ୍ତ ସୈନ୍ୟଙ୍କ ନାମ ହେଉଛି ରିଲି ମାକ୍କଲମ୍ । ତାଙ୍କ ବୟସ ୨୦ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ । ଆଉ ମାତ୍ର ୩ ସପ୍ତାହ ପରେ ରିଲି ତାଙ୍କ ସନ୍ତାନକୁ ଦୁନିଆକୁ ସ୍ୱାଗତ କରିଥାନ୍ତେ । ଏନେଇ ରିଲିଙ୍କ ଭଉଣୀ ସୂଚନା ଦେଇଛନ୍ତି । ତେବେ ସେ ଆଉ ମାତ୍ର ୩ ସପ୍ତାହ ପରେ ବାପା ହେବାକୁ ଯାଉଛନ୍ତି ଜାଣି ବି ଆମେରିକୀ ନାଗରିକଙ୍କୁ କାବୁଲରୁ ଉଦ୍ଧାର କରିବାକୁ ବାହାରି ଯାଇଥିଲେ । ଦେଶ ପାଇଁ ନିଜ କର୍ତ୍ତବ୍ୟରୁ ସେ ଓହରିନଥିଲେ ।

ସୂଚନାଯୋଗ୍ୟ, କାବୁଲ ଏୟାରପୋର୍ଟରେ ଗତ ୨୬ ତାରିଖରେ ବଡ଼ ଧରଣର ସିରିଏଲ୍ ବ୍ଲାଷ୍ଟ ହୋଇଥିଲା । ଏଥିରେ ଅନେକ ଆଫଗାନୀ ନାଗରିକ ଆହତ ହେବା ସହିତ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ଆଇଏସଆଇଏସ୍ ପକ୍ଷରୁ କରାଯାଇଥିଲା । ତାଲିବାନିଙ୍କ ସମେତ ଅନେକ ଦେଶ ଏଥିପାଇଁ ଆଇଏସଆଇଏସ୍ କୁ ନିନ୍ଦା କରିଥିଲେ ।

Get real time updates directly on you device, subscribe now.