CHARIDHAM

BREAKING: ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ବସ୍‌। ସାମ୍ନା ପଟୁ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ବସ୍‌। ଦୁର୍ଘଟଣା ସ୍ଥଳରେ ଚାପି ହୋଇ ରହିଛନ୍ତି ଟ୍ରକ ଡ୍ରାଇଭର।

ସୋର: ଅଳ୍ପକେ ଟଳିଗଲା ବଡ଼ ବିପଦ। ବଞ୍ଚିଗଲା ୪୦ ଯାତ୍ରୀଙ୍କ ଜୀବନ। ସୋର କଲେଜ ଛକ ନିକଟରେ ବସ୍‌- ଟ୍ରକ ମୁହାଁମୁହିଁ ଧକ୍କା।

ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ବସ୍‌। ସାମ୍ନା ପଟୁ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ବସ୍‌। ଦୁର୍ଘଟଣା ସ୍ଥଳରେ ଚାପି ହୋଇ ରହିଛନ୍ତି ଟ୍ରକ ଡ୍ରାଇଭର।

ବସରେ ୪୦ ଜଣ ଯାତ୍ରୀ ଥିଲେ। କୌଣସି ଯାତ୍ରୀ ଗୁରୁତର ଆହତ ହୋଇନାହାଁନ୍ତି। ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ କିଛି ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ସୂଚନା ରହିଛି।