fbpx
BJD SKY
BJD SKY

(Video) ସ୍କୁଲରେ କନିଷ୍ଠ ଶିକ୍ଷୟତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଲେ ପ୍ରଧାନଶିକ୍ଷୟତ୍ରୀ: ଚିରି ଦେଲେ ଶାଢ଼ୀ ଆଉ…

BJD

ଆନନ୍ଦପୁର(ଓଡ଼ିଶା ଭାସ୍କର): ଶିକ୍ଷୟତ୍ରୀଙ୍କୁ ସ୍କୁଲଏ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାଡ଼ । ଆନନ୍ଦପୁର ବ୍ଲକ ବେଲବାହାଳି ପଞ୍ଚାୟତ ଡିହସାହି ପ୍ରାଥମିକ ସ୍କୁଲରେ ଜଣେ କନିଷ୍ଠ ଶିକ୍ଷୟତ୍ରୀଙ୍କୁ ସ୍କୁଲ ପରିସରରେ ଗୋଡ଼ାଇ ତୋଡାଇ ମାଡ଼ ମାରିଛନ୍ତି ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ । ଆକ୍ରମଣ ଶିକାର ହୋଇଥିବା କନିଷ୍ଠ ଶିକ୍ଷୟତ୍ରୀ ପଙ୍କଜିନି ସାହୁ ଘଟଣାକୁ ନେଇ ପ୍ରଧାନ ଶିକ୍ଷୟତ୍ରୀ ଲିଲିପ୍ରିୟା ଜେନାଙ୍କ ବିରୋଧରେ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ପ୍ରଧାନଶିକ୍ଷୟତ୍ରୀ ଲିଲିପ୍ରିୟା ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଇ ଗାଳିଗୁଜ କରୁଥିଲେ, ଯାହାର ଅଡିଓ ରେକଡିଂ କରିଥିଲେ ପଙ୍କଜିନି । ଏ ବିଷୟରେ ପ୍ରଧାନଶିକ୍ଷୟତ୍ରୀ ଜାଣିଯିବାରୁ ତାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଏହି ଦୃଶ୍ୟକୁ ବିଦ୍ୟାଳୟର ପାଚିକା ସମେତ ଅନ୍ୟ କେତେକ ସ୍ତ୍ରୀଲୋକ ଦେଖି ଶିକ୍ଷୟତ୍ରୀଙ୍କୁ ଛଡାଇଥିବା କହିଛନ୍ତି ।

ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟଟେ ଏହି ଘଟଣାକୁ ନେଇଁ ଗାଁ ଲୋକଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି । ସଂପୃକ୍ତା ପ୍ରଧାନ ଶିକ୍ଷୟତ୍ରୀ ପୂର୍ବରୁ ମଧ୍ୟ ଅନ୍ୟଜଣେ ଶିକ୍ଷକଙ୍କୁ ଏଭଳି ହଇରାଣ କରିବାରୁ ସଂପୃକ୍ତ ଶିକ୍ଷକ ବାଧ୍ୟ ହୋଇ ଅନ୍ୟତ୍ର ବଦଳି କରାଇ ନେଇଥିବା ଗାଁ ଲୋକେ କହିଛନ୍ତି ।

ଲିଲିପ୍ରିୟା ପ୍ରଧାନଶିକ୍ଷୟତ୍ରୀ  ଦାୟିତ୍ୱ ନେବା ଦିନଠାରୁ ଗାଁ ସ୍କୁଲରେ ବିଶୃଙ୍ଖଳା ଲାଗିରହିଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି । ଏହା ସହିତ ତୁରନ୍ତ ତାଙ୍କ ବଦଳି ପାଇଁ ଗାଁ ଲୋକେ ଦାବି କରିଛନ୍ତି । ତେବେ ଏନେଇ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Get real time updates directly on you device, subscribe now.