ଭୁବନେଶ୍ବର: ଶିଶୁ ଦିବସରେ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଶିଶୁ ଦିବସରେ ଭାଷଣ ଦେବା ବେଳେ ଅସୁସ୍ଥ ହୋଇ ଟଳି ପଡିଲେ ଭାରପ୍ରାପ୍ତ ଶିକ୍ଷକ ପଶୁରାମ ଦାସ । ତୁରେକେଲା ବ୍ଲକ କୁଇବାହାଲ ପଲ୍ଲୀ ବିକାଶ ପଚାୟତ ହାଇସ୍କୁଲରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଘଟଣା । ତେବେ ଶିକ୍ଷକ ଜଣକ ଟଳିପଡିବା ପରେ ତାଙ୍କୁ ସଙ୍ଗେସଙ୍ଗେ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଉକ୍ତ ଶିକ୍ଷକଙ୍କର ଘର କଟକ ଜିଲ୍ଲାର ଛତିଆ ଅଞ୍ଚଳରେ । କଣ୍ଟାବାଞ୍ଜି ସହରରେ ଭଡାରେ ରହି କୁଇବାହାଲ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ତେବେ ଆଜି ଶିଶୁ ଦିବସ ଧୁମଧାମରେ ସ୍କୁଲରେ ଆୟୋଜିତ ହେଉଥିବା ବେଳେ ସମସ୍ତ ଶିକ୍ଷକମାନେ ମଧ୍ୟ ଯୋଗ ଦେଇଥିଲେ । ତେବେ ପର୍ଶୁରାମ ଦାସ ଭାଷଣ ଦେବା ବେଳେ ପିଲାଙ୍କ ଆଗରେ ଟଳି ପଡିଛନ୍ତି । ତେବେ ଶିକ୍ଷକଙ୍କ ମୃତ୍ୟୁ ପରେ ସ୍କୁଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ କଣ୍ଟାବାଞ୍ଜି ଡାକ୍ତରଖାନାରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଥିବା ବେଳେ ପ୍ରକ୍ରିୟା ଶେଷ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।