fbpx

କର୍ତ୍ତବ୍ୟରେ ଅବହେଳା ପାଇଁ ପ୍ରଧାନ ଶିକ୍ଷକ ନିଲମ୍ବିତ

କେନ୍ଦ୍ରାପଡ଼ା, ୨୫ା୨(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସ୍ଥିତ ରାଜନଗରରେ ଥିବା କିଆଯୋଡ଼ି ସ୍କୁଲର ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ମିଶ୍ରଙ୍କୁ ନିଲମ୍ବନ କରିଛନ୍ତି ବିଇଓ । ସୂଚନାଯୋଗ୍ୟ ଯେ ସେ ନିଶାସକ୍ତ ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ । ଏନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଏହି ଘଟଣାର ତଦନ୍ତ ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.