fbpx

ବିଗିଡ଼ିଲା ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା, ନିଆଗଲା ଭେଣ୍ଟିଲେଟରକୁ

ନୂଆଦିଲ୍ଲୀ: ସୁର ସାମ୍ରାଜ୍ଞୀ ତଥା କୋକିଳକଣ୍ଠୀ ଲତା ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡ଼ିଛି । ତେଣୁ ଲତାଙ୍କୁ ଭେଣ୍ଟିଲେଟରକୁ ନିଆଯିବା ସହ ତାଙ୍କର ସ୍ୱାସ୍ଥ୍ୟର ପରୀକ୍ଷଣ କରାଯାଉଛି । ଏନେଇ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି । ଗତ କିଛିଦିନ ଧରି ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଲାଭ କରିଥିଲା । ଏବେ ପୁଣି ଏହି ଭାରତରତ୍ନ ଗାୟିକାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ଖବର ଦେଶର ଅଗଣିତ ଶୁଭେଚ୍ଛୁଙ୍କ ଦୁଃଖ ବଢ଼ାଇ ଦେଇଛି ।

ସୂଚନାଯୋଗ୍ୟ ଯେ, ଲତା ଗତ ୨୭ ଦିନ ହେଲା ଆଇସିୟୁରେ ରହିଛନ୍ତି । କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ଲତା କୋଭିଡ୍ ଓ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ରିକଭରି ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ହସ୍ପିଟାଲର ଡାକ୍ତର କହିଥିଲେ । ଗତ ମାସ ୮ ତାରିଖରେ ଲତାଙ୍କ ଠାରେ କୋଭିଡର ସ୍ୱଳ୍ପ ଲକ୍ଷଣ ଦେଖାଦେବା ସହ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.