fbpx

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମାଲା: ସସପେଣ୍ଡ ହେଲେ ମନ୍ତ୍ରୀଙ୍କ ପିଏସଓ, ବଦଳିଲେ ବ୍ରଜରାଜନଗର ଆଇଆଇସି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତ୍ୟେକ ଦିନ କିଛି କିଛି କଥା ସାମ୍ନାକୁ ଆସୁଛି । ଏଥିସହିତ ଅନେକ ଅଧିକାରୀଙ୍କୁ ଚାକୀରିରୁ ବହିସ୍କାର ଏବଂ ବଦଳି କରାଯାଉଛି । ତେବେ ଗତକାଲି ବ୍ରଜରାଜନଗର ଏସଡିପିଓ ଏବଂ ଝାରସୁଗୁଡା ଏସପିଙ୍କ ବଦଳି କରାଯାଇଥିବା ବେଳେ ଆଜି ମନ୍ତ୍ରୀଙ୍କ ପିଏସଓକୁ ସସପେଣ୍ଡ କରାଯାଇଛି । ଏତତ୍ ବ୍ୟତୀତ ବ୍ରଜରାଜନଗର ଆଇଆଇସିଙ୍କୁ ମଧ୍ୟ ବଦଳି କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୋଲିସ ଏଏସଆଇ ଗୁଳି କରି ହତ୍ୟା କରିବା ପରେ ସରକାର ଅନେକ କଠୋର କାର୍ଯ୍ୟାନୁଷ୍ଠା ଗ୍ରହମ କରୁଛନ୍ତି । ଫଳରେ ସେଦିନ ଦାଇତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ବୁରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହ କରାଯାଉଛି । ଯାହାଦ୍ୱାରା ପୂର୍ବରୁ ୨ ଜଣ ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ଆଜି ମନ୍ତ୍ରୀ ନବଦାସଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ତେବେ ଡ୍ୟୁଟିରେ ଅବହେଳା କାରଣରୁ ତାଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି । ସେହିପରି ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ମଧ୍ୟ ବଦଳି କରାଯାଇଛି । ତେବେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ଜଣା ପଡିଛି । ଏତତ୍ ବ୍ୟତୀତ ଗାନ୍ଧିଛକ ଫାଣ୍ଡି ଅଧିକାରୀ ଏସଆି ଶିଶିଭୂଷଣ ପୋଢଙ୍କୁ ମଧ୍ୟ ବଦଳି କରାଯାଇଛି ।

Get real time updates directly on you device, subscribe now.