fbpx

‘କରୋନା’ ଭାଇରସକୁ ନେଇ କଣ କହିଲେ ସ୍ୱାସ୍ଥ୍ୟ ସଚିବ ?

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଚୀନରେ ବ୍ୟାପୁଥିବା କରୋନା ଭାଇରସ୍ ପାଇଁ ସାରା ବିଶ୍ୱ ଚିନ୍ତିତ । କରୋନ ଭାଇରସରେ ମୁମ୍ବାଇର ଜଣେ ବ୍ୟକ୍ତି ଆକ୍ରାନ୍ତ ହେବା ପରେ ଓଡିଶା ସର୍ତକ ହୋଇଯାଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କରୋନା ଭାଇରସକୁ ନେଇ ପ୍ରସ୍ତୁତି ବିଷୟରେ ସୂଚନା ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ପରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । କୋରୋନା ଭାଇରସ୍‌ ନେଇ ଆତଙ୍କିତ ହେବାର ନାହିଁ । ମାଲେସିଆରୁ ଆସୁଥିବା ଯାତ୍ରୀଙ୍କ ପରୀକ୍ଷା କରାଯାଉଛି । ଏଥିପାଇଁ ଭୁବନେଶ୍ୱର ଏମ୍ସ, ଏସସିବିରେ ବେଡ୍ ବ୍ୟବସ୍ଥା କରାଯାଇଛି । କ୍ୟାପିଟାଲ ହସ୍ପିଟାଲ ଓ ବୁର୍ଲା ଭୀମସାରରେ ବେଡ୍ ବ୍ୟବସ୍ଥା କରାଯାଇଛି । ଝାରସୁଗୁଡା ମେଡିକାଲରେ ମଧ୍ୟ ଏହି ଭାଇରସକୁ ନେଇ ବ୍ୟବସ୍ଥା କରାଯାଇଛି । ଏହା ସହ ପାରାଦୀପ ପୋର୍ଟକୁ ଆଲର୍ଟ ରହିବାକୁ କୁହାଯାଇଛି ।’

ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଭାଇରସ୍ ପାଇଁ ଦୁଇଟି କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଆସନ୍ତାକାଲି ସବୁ ଜିଲ୍ଲାର ସିଡିଏମଓଙ୍କ ସହ ଏନେଇ ଆଲୋଚନା ହେବ । ନେପାଳ ସୀମାରେ ଥିବା ରାଜ୍ୟଗୁଡ଼ିକରେ ନଜର ରଖାଯାଇଛି । ଭାରତ ଜାରି କରିଥିବା ସ୍କ୍ରିନିଂ ବିମାନବନ୍ଦରରେ ଭୁବନେଶ୍ବର ନଥିଲା । ଆମେ ଆଜି ଅନୁରୋଧ କରିବା ପରେ ଏହାକୁ ତାଲିକାଭୁକ୍ତ କରାଯାଇଛି । ଏହି ସମୟରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି ।

Get real time updates directly on you device, subscribe now.