fbpx

ଅଗ୍ରାଧିକାର ମଧ୍ୟରେ ଖୁବଶୀଘ୍ର ହେବ ଆବେଦନର ଶୁଣାଣି : ସିଜେଆଇ

ନୂଆଦିଲ୍ଲୀ,୨୭ ।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀମାନେ ଫାଶୀଦଣ୍ଡାଦେଶକୁ ଘୁଞ୍ଚାଇବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ରାଜକ୍ଷମା ଆବେଦନ ଖାରଜ ହେବା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦୋଷୀ ମୁକେଶ କୁମାର ସିଂହ । ଫାଶୀ ତାରିଖ ପାଖେଇ ଆସୁଥିବା ବେଳେ ମୁକେଶ ଆବେଦନ ଉପରେ ଖୁବଶୀଘ୍ର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ.ବୋବଡେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ନିର୍ଭୟା ଗଣଦୁର୍ଷ୍କମ ମାମଲାର ୪ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା । ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନ ପକ୍ଷରୁ ଗୃହ ମନ୍ତ୍ରାଳୟକୁ ଅବଗତ କରାଯାଇଥିଲା । ଏହାସହ ଫାଶୀଦଣ୍ଡ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିଲା । ତେଣୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ନୂଆ ଡ଼େଥ ୱାରେଣ୍ଟ ଜାରି କରାଯାଇଥିଲା । ଜାନୁଆରି ୨୨ତାରିଖ ବଦଳରେ ଫେବୃଆରୀ ୧ ତାରିଖ ଦିନ ସକାଳ ୬ଟାରେ ଅକ୍ଷୟ, ପୱନ, ବିନୟ, ମୁକେଶ ୪ଦୋଷୀଙ୍କୁ ଫାଶୀ ଦିଆଯିବ । ତିହାର ଜେଲରେ ସେମାନଙ୍କୁ ଫାଶୀ ଦିଆଯିବା ସହ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଥିବା ସୂଚନା ରହିଛି।

Get real time updates directly on you device, subscribe now.