fbpx

ଟ୍ରାଇ ରିପୋର୍ଟ ଅନୁସାରେ ଜିଓ ହୋଇଛି ଦେଶର ନମ୍ବର ୱାନ ଅପରେଟର

ଭୁବନେଶ୍ୱର, ୨୭ା୧(ଓଡ଼ିଶା ଭାସ୍କର): ରିଲାଏନ୍ସ ଜିଓର ଚାହିଦା ଦିନକୁ ଦିନ ବଜାରରେ ବଢ଼ିବାରେ ଲାଗିଛି । ଟ୍ରାଇ ରିପୋର୍ଟ ଅନୁସାରେ ଜିଓ ହୋଇଛି ଦେଶର ନମ୍ବର ୱାନ ଅପରେଟର । ଦେଶର ସର୍ବାଧିକ ମୋବାଇଲ ଉପଭୋକ୍ତାଙ୍କ ସହ ଶୀର୍ଷରେ ରହିଛି ଜିଓ । ନଭେମ୍ବରରେ ଓଡ଼ିଶାରେ ୨.୩ଲକ୍ଷରୁ ଅଧିକ ଗ୍ରାହକ ଜିଓ ସହିତ ଯୋଡ଼ି ହୋଇଛନ୍ତି । ଓଡ଼ିଶାରେ ରିଲାଏନ୍ସ ଜିଓ ଗ୍ରାହକ ସଂଖ୍ୟା ୧.୧୯ କୋଟି ଟପିଛି । ସମଗ୍ର ଦେଶରେ ଜିଓ ଗ୍ରାହକଙ୍କ ସଂଖ୍ୟା ୩୭କୋଟିରେ ପହଞ୍ଚିଛି । ଓଡ଼ିଶା ଟେଲିକମ କ୍ଷେତ୍ରରେ ରିଳାଏନ୍ସ ଜିଓର ବଜାର ଏକ ଅଂଶ ପାଲଟିଛି । ନଭେମ୍ବରରେ ଏୟାରଟେଲ ରାଜ୍ୟରେ ହରାଇଛି ୩୬ହଜାର ଗ୍ରାହକ । ଭୋଡ଼ାଫୋନ ଆଇଡ଼ିଆ ଓଡ଼ିଶାରେ ହରାଇଛି ୪.୮ ଲକ୍ଷ ଗ୍ରାହକ । କିନ୍ତୁ ନଭେମ୍ବରରେ ଜିଓ ୨.୩ ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଛି ।

Get real time updates directly on you device, subscribe now.