ରାଜଧାନୀରେ କରୋନା ଚିହ୍ନଟ ନେଇ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା, ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍‌ ରହିଛି

ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ ଭଲ ଅଛନ୍ତି କହିଲେ ସ୍ବାସ୍ଥ୍ୟ ସଚିବ ।

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପରତା ଦେଖାଇଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ଆଜି ଏକ ବୈଠକ ବସିଥିବା ବେଳେ ବ୍ୟସ୍ତ ନହେବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଏସ୍ ଅଶ୍ବଥୀ ।

ସ୍ଥିତି ଉପରେ ନଜର ରଖାଯାଇଛି- ସ୍ବାସ୍ଥ୍ୟ ସଚିବଙ୍କ କହିବା ଅନୁସାରେ, କୋରୋନା ପାଇଁ କେନ୍ଦ୍ରରୁ ଗାଇଡ୍‌ଲାଇନ ଆସିନି । ଭୁବନେଶ୍ବରରୁ ଜଣେ ପଜିଟିଭି ଚିହ୍ନଟ ହୋଇଛନ୍ତି ।  ଆମେ ସ୍ଥିତି ଉପରେ ନଜର ରଖିଛୁ ।

 ଭାରିଆଣ୍ଟ କମ୍‌ କ୍ଷତିକାରକ- ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍‌ ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟସଚିବ । ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ ଭଲ ଅଛନ୍ତି କହିଲେ ସ୍ବାସ୍ଥ୍ୟ ସଚିବ । ବ୍ୟକ୍ତି ଜଣଙ୍କ କରୋନା ସହ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଅଛନ୍ତି ବୋଲି କୁହାଯାଇଛି ।

ପ୍ରକାଶଥାଉକି,ଦୀର୍ଘ ଅଢ଼େଇ ବର୍ଷ ପରେ ଭୁବନେଶ୍ବରକୁ କୋଭିଡ ଭାଇରସ ଆସିଛି । ଭୁବନେଶ୍ବରରେ ଜଣେ କୋଭିଡ୍ ପଜିଟିଭ ହୋଇଥିବା ଜଣାପଡିଛି ।

ତେବେ ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ । ବର୍ତ୍ତମାନ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଥିବା ଜଣାପଡିଛି ।