fbpx

ଚିକିତ୍ସା ପୂର୍ବରୁ ଡାକ୍ତର କାହିଁକି ଦେଖିଥାନ୍ତି ଜିଭ, ୯୯% ଲୋକ ଜାଣିନାହାନ୍ତି କାରଣ

ନୂଆଦିଲ୍ଲୀ: ଗୋଟିଏ କଥା ଆମେ ସମସ୍ତେ ନୋଟିସ୍ କରିଥାଉ କି ଯେତେବେଳେ ବି କୌଣସି ରୋଗୀ ଡାକ୍ତରଖାନା ଯାଇଥାଏ ଡାକ୍ତର ପ୍ରଥମେ ତାହାର ଜିଭ ପରୀକ୍ଷା କରିଥାନ୍ତି । ଜିଭ ଦେଖିବା ପରେ ହିଁ ଡାକ୍ତର ମେଡିସିନ୍ ଦେଇଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଡାକ୍ତର ପ୍ରଥମେ କାହିଁକି ଜିଭ ଦେଖିଥାନ୍ତି । ଜିଭର ରୋଗ ସହ କ’ଣ ସଂପର୍କ ରହିଛି । ଏ ସଂପର୍କରେ ଆସନ୍ତୁ ଜାଣିବା । ଡାକ୍ତରଙ୍କ ମତରେ ଜିିଭରେ ହେଉଥିବା ପରିବର୍ତ୍ତନ ବହୁ ଗମ୍ଭୀର ରୋଗର ଇସାରା କରିଥାଏ । ଏଥିମଧ୍ୟରେ କ୍ୟାନସର ଓ ଡାଇବେଟିସ ପରି ବହୁ ଗମ୍ଭୀର ରୋଗର ଲକ୍ଷଣ ବି ଲୁଚି ରହିଥାଏ ।

ବହୁ ସମୟରେ ଆମକୁ ଅନୁଭବ ହୋଇଥାଏ କି ଯେପରି ଆମ ଜିଭରେ କେଶ ପରି କିଛିି ପତଳା ଜିନିଷ ଲାଖି ଯାଇଛି । ଏହା ଦେଖିବାକୁ ଧଳା, କଳା କିମ୍ବା ଧୂସର ବି ହୋଇପାରେ । ଯଦି କାହା ସହ ଏପରି ହେଉଥାଏ ତେବେ ଏହା ଭଲ ଲକ୍ଷଣ ନୁହେଁ । ଏହା ସେତେବେଳେ ହୋଇଥାଏ ଯେତେବେଳେ ପ୍ରୋଟିନ ଜିଭରେ ଥିବା ପ୍ରାକୃତିକ ଗଣ୍ଠି ଆମକୁ ଧାରୁଆ କେଶ ପରି ଅନୁଭବ ଦେଇଥାଏ । ଏଥିରେ ବ୍ୟାକ୍ଟେରିଆ ପଶିଯାଆନ୍ତି ଓ ଏହା ସ୍ୱାସ୍ଥ୍ୟ ଲାଗି ବହୁତ କ୍ଷତିକାରକ ହୋଇପାରେ ।

କିଛି ଲୋକଙ୍କ ଜିଭର ରଙ୍ଗ କଳା ପଡିଯାଏ । ଆଣ୍ଟାସିଡ୍ ଟାବଲେଟ୍ ନେବା ଦ୍ୱାରା ଏପରି ହୋଇଥାଏ । କାରଣ ଆଣ୍ଟାସିଡ୍‌ରେ ବିସ୍ମଥ ରହିଥାଏ ଯାହା ଛିପ ସହିତ ଜିଭର ଉପର ଭାଗରେ ଫସିଯାଇଥାଏ । କିନ୍ତୁ ଏହା କୌଣସି ଗମ୍ଭୀର ବା ଚିନ୍ତାଜନକ ସ୍ଥିତି ନୁହେଁ । କିନ୍ତୁ ଡାଇବେଟିସରେ ଲୋକଙ୍କ ଜିଭ କଳା ପଡିବାର ସମସ୍ୟା ହୋଇପାରେ । ତେଣୁ ଯଦି ଆପଣ ଆଣ୍ଟାସିଡ ନେଇନାହାନ୍ତି ତଥାପି ଆପଣଙ୍କ ଜିଭ କଳା ପଡୁଛି ତେବେ ଆପଣ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ ।

ଡାକ୍ତରଙ୍କ ମତରେ ଜିଭ ଗୋଲାପୀ ପରିବର୍ତ୍ତେ ଲାଲ ଦେଖାଯିବା ଚିନ୍ତାର କାରଣ । ଏହା କାୱାସାକୀ ରୋଗର ଲକ୍ଷଣ ହୋଇପାରେ । ଏହା ବ୍ୟତିତ ଭିଟାମିନ୍ ୩ ଅଭାବରୁ ମଧ୍ୟ ଏପରି ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଜିଭ ଉପରେ ଧଳା ରଙ୍ଗର କୋଟିଂ ଜିଭ ସୁସ୍ଥ ଥିବାର ଲକ୍ଷଣ ଅଟେ । କିନ୍ତୁ ଏହା ହଳଦୀ ରଙ୍ଗର ଏକ ମୋଟା ପରସ୍ତ ହୋଇଥିଲେ ଇଷ୍ଟ ସଂକ୍ରମଣର ଲକ୍ଷଣ ।

Get real time updates directly on you device, subscribe now.