fbpx

NCERT ପକ୍ଷରୁ ନିଯୁକ୍ତି: ଟାଇପିଷ୍ଟ ଚାକିରିରେ ୫୦ ହଜାର ବେତନ, ଏପରି ସୁଯୋଗ କିଏ ଛାଡ଼ିବ

ସମସ୍ତ ସରକାରୀ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଯଦି ଆପଣମାନେ ଟାଇପିଙ୍ଗ ଜାଣିଥିବେ ତେବେ ଆପଣଙ୍କ ପାଇଁ ସରକାରୀ ଚାକିରି କରିବା ପାଇଁ ଏକ ବଡ଼ ସୁଯୋଗ ଆସିଛି । ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଏନେଇ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ଏଡିଟର, ପ୍ରୁଫ ରିଡସ ଓ ଡିଟିପି ଅପରେଟର ପଦରେ ନିଯୁକ୍ତି ଦିଆଯିବ ।

ଏନସିଇଆରଟିର ପ୍ରକାଶନ ଡିଭିଜନ ପକ୍ଷରୁ ଏହି ସମସ୍ତ ପଦ ପାଇଁ ଦକ୍ଷତା ଟେଷ୍ଟ କରାଯିବ । ଆସିଷ୍ଟାଣ୍ଟ ଏଡିଟର ପଦ ପାଇଁ ମାସିକ ବେତନ ୮୦ ହଜାର, ପ୍ରୁଫ ରିଡର ପାଇଁ ୩୭ ହଜାର ଓ ଡିଟିପି ଅପରେଟର ପାଇଁ ୫୦ ହଜାର ଟଙ୍କା ରହିଛି । ତେଣୁ ଏପରି ସୁଯୋଗକୁ ପ୍ରାର୍ଥୀମାନେ ହାତଛଡ଼ା କରିବା ଅନୁଚିତ । ପ୍ରଥମେ ଚୁକ୍ତିଭିତ୍ତିକ ଭାବେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ଓ ପରବର୍ତ୍ତୀ ସମୟରେ ଗୋଟିଏ ବର୍ଷ ପାଇଁ ଏହି ଅବଧିକୁ ବୃଦ୍ଧି କରାଯାଇପାରେ ।

ଅନୁସୂଚିତ ଜାତି (ଏସସି) , ଅନୁସୂଚିତ ଜନଜାତି (ଏସଟି) ଓ ଅନ୍ୟ ପଛୁଆ ଶ୍ରେଣୀ (ଓବିସି) ବର୍ଗର ପ୍ରାର୍ଥୀଙ୍କ ପାଇଁ ସରକାରୀ ନିୟମ ମୁତାବକ ବୟସ କୋହଳ କରାଯିବ । ଆସନ୍ତା ଫେବୃଆରୀ ମାସ ୨ ଓ ୩ ତାରିଖରେ ଏହି ସମସ୍ତ ପଦ ପାଇଁ ସାକ୍ଷାତକାର ନିଆଯିବ । ପ୍ରାର୍ଥୀମାନେ ସେମାନଙ୍କର କରିକୁଲମ୍ ଭିଟା (ସିଭି) ସହିତ ସମସ୍ତ ଅରିଜିନାଲ ପ୍ରମାଣପତ୍ର ଓ ଫଟୋକପି ସାଙ୍ଗରେ ନେଇ ଇଣ୍ଟରଭ୍ୟୁ ସ୍ଥଳରେ ଉପସ୍ଥିତ ରହିବେ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି ।

ନୋଟିଫିକେସନ ଲିଙ୍କ: https://ncert.nic.in/pdf/announcement/vacancies/projectstaffvacancy/PD_AE_PR_DTP-15-01.pdf

Get real time updates directly on you device, subscribe now.