fbpx

ମୁକ୍ତଭାବେ ଯାତାୟତ କରିପାରିବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କରୋନା ଭାଇରସର ସଫଳ ମୁକାବିଲା ପାଇଁ ରାଜ୍ୟର ୩୦ଟି ଜିଲ୍ଲା ଲକ୍ ଡାଉନ୍ ହେବ ବୋଲି ଘୋଷଣା ହୋଇଛି । କିନ୍ତୁ ଲକ୍-ଡାଉନ୍ ବେଳେ ମୁକ୍ତଭାବେ ଯାତାୟତ କରିପାରିବେ ସ୍ୱାସ୍ଥ୍ୟକର୍ମୀ । ସେବା ଯୋଗାଇବା ପାଇଁ ଡାକ୍ତର ଓ ନର୍ସ ମୁକ୍ତଭାବେ ଚଳାଚଳ କରିପାରିବେ । ଏନେଇ ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପୋଲିସ ଡିଜି । ଲକ୍-ଡାଉନ୍ ସମୟରେ ସ୍ୱଚ୍ଛନ୍ଦରେ ବିନା ପାସରେ ସ୍ୱାସ୍ଥ୍ୟକର୍ମୀମାନେ ଯାତାୟତ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.