fbpx
BJD SKY
BJD SKY

ଜ୍ଞାନବ୍ୟାପୀ ମସଜିଦ ବିବାଦ: ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ, ଟ୍ରାଏଲ କୋର୍ଟ ଉପରେ ବି ଲଗାଇଲେ ରୋକ୍

BJD

ବାରାଣସୀ: ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣିକୁ ଶୁକ୍ରବାର ଘୁଞ୍ଚାଇଛନ୍ତି। ଏଥିସହିତ ସର୍ବୋଚ୍ଚ ନ୍ୟାୟାଳୟ ବାରାଣସୀ କୋର୍ଟର ଶୁଣାଣି ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି। ଏବେ ଶୁକ୍ରବାର ମାମଲାର ଶୁଣାଣି ହେବ। ବାରାଣସୀ କୋର୍ଟରେ ଆଜି ଶୁଣାଣି ଜାରି ଥିବା ବେଳେ ସୁପ୍ରିମକୋର୍ଟ ଏହି ରୋକ୍ ଲଗାଇଛନ୍ତି। ଏହି ସମୟରେ ବାରାଣସୀ କୋର୍ଟରେ ଜ୍ଞାନବାପୀ ମସଜିଦ ସଂପର୍କିତ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଉଥିଲା।
ଉଚ୍ଚତମ ନ୍ୟାୟାଳୟ ଶୁକ୍ରବାର ଅପରାହ୍ନ ୩ଟାରେ ମାମଲାର ଶୁଣାଣି କରିବାକୁ ସମୟ ଧାର‌୍ୟ୍ୟ କରିଛନ୍ତି। ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ହିନ୍ଦୁ ପକ୍ଷଙ୍କ ଓକିଲ ବିଷ୍ଣୁ ଜୈନ ଶୁଣାଣି ଘୁଞ୍ଚାଇବାକୁ ଦାବି କରିଥିଲେ। ସେ ନିଜର ଜବାବ ଦାଖଲ ପାଇଁ ଶୁକ୍ରବାର ପର‌୍ୟ୍ୟନ୍ତ ସମୟ ମାଗିଥିଲେ। ଅନ୍ୟପଟେ ମୁସଲିମ ପକ୍ଷ ମାମଲାର ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ।

ଏହା ପୂର୍ବରୁ ମେ ୧୭ ତାରିଖରେ ସୁପ୍ରିମକୋର୍ଟ ଜ୍ଞାନବାପୀ ମସଜିଦରେ ଯେଉଁ ସ୍ଥାନରୁ ଶିବଲିଙ୍ଗ ମିଳିଛି ତାର ସୁରକ୍ଷା ଦେବାକୁ ଆଦେଶ ଦେଇଥିଲେ। ଏଥିସହ ମୁସଲିମକୁ ମସଜିଦରେ ନମାଜ ପଢିବାକୁ ମଧ୍ୟ ଅନୁମତି ଦେଇଥିଲେ। ହେଲେ କୋର୍ଟଙ୍କ ଆଦେଶକ୍ରମେ ବଜୁଖାନାକୁ ସିଲ୍ କରାଯାଇଥିଲା। ଏହି ସବୁ ମଧ୍ୟରେ ଆଜି ବାରାଣସୀ ଟ୍ରାଏଲ କୋର୍ଟରେ ସର୍ବେକ୍ଷେଣ ରିପୋର୍ଟ ଉପସ୍ଥାପନ କରାଯାଇଛି। ଏହି ରିପୋର୍ଟରେ ଥିବା ସାକ୍ଷ୍ୟକୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା କରାଯାଉଛି। କୋର୍ଟ କମିଶନର ଏହା ଉପରେ ମୁହଁ ଖୋଲିବାକୁ ମନା କରି ଦେଇଛନ୍ତି। କୋର୍ଟ କମିଶନର ବିଶାଲ କୁମାର ସିଂହ କହିଛନ୍ତି, ଏହି ବିଷୟରେ ଖୁଲାସା ତେବେ କରାଯିବ, ଯେବେ ଅଦାଲତ ଏହାର ସମୀକ୍ଷା କରି ନାହାନ୍ତି।

ସ୍ପେଶାଲ କୋର୍ଟ କମିଶନରଙ୍କ ପକ୍ଷରୁ ୧୨ ପୃଷ୍ଠାର ଦ୍ଵିତୀୟ ରିପୋର୍ଟ ମଧ୍ୟ ଅଦାଲତରେ ଉପସ୍ଥାପନ କରାଯାଇଛି। ୧୨ ପୃଷ୍ଠାର ରିପୋର୍ଟରେ ନକ୍ସା ଏବଂ ଫଟୋଗ୍ରାଫ୍ସ ମଧ୍ୟ ଲଗାଯାଇଛି। ମେ ୭ରେ ପ୍ରଥମ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଦ୍ଵିତୀୟ ରିପୋର୍ଟରେ ମେ ୧୪, ୧୫ ଏବଂ ୧୬ର ସାମିଲ୍ କରାଯାଇଛି। ଜ୍ଞାନବାପୀ ମସଜିଦକୁ ନେଇ ସମଗ୍ର ଦେଶରେ ରାଜନୀତି ଜୋର ଧରିଛି।

Get real time updates directly on you device, subscribe now.