fbpx

(Video) ‘ଜନ ଗଣ ମନ’ ଶୁଣି ରୋକିପାରିଲେନି ଲୁହ: ପଡ଼ିଆ ମଝିରେ କାନ୍ଦି ପକାଇଲେ ସାଇ କିଶୋର

Advertisement

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଆଜି ନେପାଳକୁ ୨୩ ରନରେ ମାତ୍ ଦେଇଛି ଭାରତୀୟ କ୍ରିକେଟ ଟିମ୍ । କ୍ୱାର୍ଟର ଫାଇନାଲରେ ବିଜୟ ସହ ଋତୁରାଜ ବାହିନୀ ଏବେ ସେମି ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ମ୍ୟାଚ ଦ୍ୱାରା ଟିମ ଇଣ୍ଡିଆରେ ଡେବ୍ୟୁ କରିଛନ୍ତି ଷ୍ଟାର ପ୍ଲେୟର ସାଇ କିଶୋର । ଏସିଆନ୍ ଗେମ୍ସରେ ପ୍ରଥମ ତର ପାଇଁ ଭାରତକୁ ପ୍ରତିନିଧିତ୍ୱ କରୁଥିବା ସାଇ କିଶୋର ରାଷ୍ଟ୍ରଗାନ ସମୟରେ ଭାବବିହ୍ୱର ହୋଇ ଯାଇଛନ୍ତି । ପଡ଼ିଆ ମଝିରେ କାନ୍ଦି ପକାଇଥିଲେ ଭାରତର ଷ୍ଟାର ବୋଲର ଆର. ସାଇ କିଶୋର ।

ଭାରତ-ନେପାଳ ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳି ଏବଂ ପ୍ରଶଂସକ ରାଷ୍ଟ୍ରଗାନ କରିଥିଲେ । ତେବେ ଭାରତର ରାଷ୍ଟ୍ରଗାନ ସମୟରେ ଏକ ଇମୋସନାଲ ଭିଡିଓ ଦେଖିବାକୁ ମିଳିଛି । ଟିମ ଇଣ୍ଡିଆରେ ଡେବ୍ୟୁ କରୁଥିବା ଷ୍ଟାର ବୋଲର ଆର ସାଇ କିଶୋର ରାଷ୍ଟ୍ରଗାନ ଶୁଣି ଭାବବିଭୋର ହୋଇ ଯାଇଥିଲେ । ଆଖିର ଲୁହକୁ ସେ ନିଜେ ମଧ୍ୟ ଅଟକାଇ ପାରିନାହାନ୍ତି । ପଡ଼ିଆ ଭିତରେ ‘ଜନ ଗଣ ମନ’ ଗାନ କରିବା ସହ ସେ କାନ୍ଦୁଥିବାର ଭିଡିଓରେ ରେକର୍ଡ ହୋଇଛି । ତେବେ କେବଳ ସାଇ କିଶୋର ନୁହେଁ, ଭାରତର ଅନ୍ୟ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ମଧ୍ୟ ଭାବବିଭୋର ହୋଇ ଯାଇଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ରାଷ୍ଟ୍ରଗାନ ସମୟରେ ଇମୋସନାଲ ହୋଇଥିଲେ ମଧ୍ୟ ମ୍ୟାଚ ବେଳେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି । ପ୍ରଥମ ଥର ଭାରତୀୟ ଜର୍ସିରେ ମଇଦାନକୁ ଓହ୍ଲାଇଥିବା ସାଇ କିଶୋର ଏହି ମ୍ୟାଚରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ସାଇ କିଶୋର ଏହି ମ୍ୟାଚରେ ୩ ଟି କ୍ୟାଚ ଧରିଛନ୍ତି । ଏହାସହିତ ଡେବ୍ୟୁ ମ୍ୟାଚରେ ୩ଟି କ୍ୟାଚ ନେବାରେ ସେ ପ୍ରଥମ ଭାରତୀୟ ଖେଳାଳି ପାଲଟିଛନ୍ତି । ତେବେ ଏହି ମ୍ୟାଚରେ ସାଇ କିଶୋର ବ୍ୟାଟିଂ କରିବାର ସୁଯୋଗ ପାଇ ନାହାନ୍ତି । ସେହିପରି ବୋଲିଂରେ ମଧ୍ୟ କୌଣସି ସଫଳତା ପାଇ ନାହାନ୍ତି ଷ୍ଟାର ସ୍ପିନର ସାଇ କିଶୋର ।

ଚଳିତବର୍ଷ ପ୍ରଥମ ଥର ପାଇଁ ପୁରୁଷ କ୍ରିକେଟକୁ ଏସିଆନ୍ ଗେମ୍ସରେ ସ୍ଥାନ ଦିଆଯାଇଛି । କ୍ୱାର୍ଟର ଫାଇନାଲରୁ ନିଜ ଅଭିଯାନ ଆରମ୍ଭ କରିଥିବା ଭାରତ ପ୍ରଥମ ମ୍ୟାଚରେ ନେପାଳକୁ ମାତ୍ ଦେଇ ସେମି ଫାଇନାଲକୁ ଏଣ୍ଟ୍ରି କରିଛି । ତେବେ ଏହି ମ୍ୟାଚରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏହି ମ୍ୟାଚରେ ଶତକ ହାସଲ କରିଥିବା ବେଳେ ଭାରତ ନେପାଳକୁ ୨୩ ରନରେ ପରାସ୍ତ କରିଛି ।

Get real time updates directly on you device, subscribe now.