fbpx

24କୁ ଘୁଞ୍ଚିଲା ନନ୍ଦିଗ୍ରାମ ନିର୍ବାଚନ ଫଳାଫଳ ମାମଲାର ଶୁଣାଣି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହୋଇଛି, କିନ୍ତୁ ନନ୍ଦିଗ୍ରାମ ପାଇଁ ସଂଗ୍ରାମ ଜାରି ରହିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ  ନିର୍ବାଚନ ହାରିବାକୁ ଗହଣ କରିପାରୁନାହାଁନ୍ତି । ନିର୍ବାଚନ ଫଳାଫଳକୁ ନେଇ କୋଲକାତା ହାଇକୋର୍ଟରେ ଆବେଦନ କରିଥିଲେ ମମତା। ତେବେ ମମତାଙ୍କ ଆବେଦନ ଉପରେ କୋର୍ଟ ଆଜି ହେବାକୁ ଥିବା ଶୁଣାଣି ସ୍ଥଗିତ ରଖିଛନ୍ତି।

ନନ୍ଦିଗ୍ରାମ ବିଧାନସଭା ଆସନର ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀଙ୍କ ଆବେଦନ ଉପରେ ଶୁଣାଣିକୁ କୋଲକାତା ହାଇକୋର୍ଟ 24 ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମ ଆସନରେ 1737 ଭୋଟରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ପରେ ମମତା ବାନାର୍ଜୀ ଏହି ପରାଜୟକୁ ଗ୍ରହଣ କରିଥିଲେ । ଏହା ସହ ନିର୍ବାଚନ ଫଳାଫଳରେ ଦୁର୍ନୀତି ହୋଇଥିବା ନେଇ ସେ ହାଇକୋର୍ଟରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.