fbpx

ନିଲମ୍ବିତ ହେଲେ ତହସିଲଦାର, ମାନି ନଥିଲେ କୋଭିଡ୍ ନିୟମ, ମହଙ୍ଗା ପଡ଼ିଲା ନାଗିନ୍ ଡ୍ୟାନ୍ସ

ଯାଜପୁର,ଜଗତସିଂହପୁର(ଓଡ଼ିଶା ଭାସ୍କର): ଭାଇ ବାହାଘରରେ ନାଚିଥିଲେ ତହସିଲଦାର । କିନ୍ତୁ ମାସ୍କ ଖୋଲି ନାଚିବା ନେଇ ତାଙ୍କ ବିରୋଧରେ ଉଠିଥିଲା ଅଭିଯୋଗ । କୋଭିଡ୍ ନିୟମ ଉଲ୍ଲଂଘନ କରିବା ସମ୍ପ୍ରତି ଏହି ମହିଳା ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ସସ୍ପେଣ୍ଡ୍ କରିଛନ୍ତି ସରକାର।

ଆଗରୁ ଘଟିଥିଲା ଏମିତି:

ସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ଭାଇ ବାହାଘରରେ ନାଗିନ ଡ୍ୟାନ୍ସ କଲେ ମହିଳା ତହସିଲ୍‌ଦାର, ଭିଡିଓ ଭାଇରାଲ ପରେ ଅଡୁଆରେ ପୁଲିସ

ସୂଚନାଯୋଗ୍ୟ ଯେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଜଗନ୍ନାଥପୁରରେ ନିଜ ଭାଇ ବାହାଘରେ ତହସିଲଦାର ବୁଲବୁଲ ବେହେରା ନାଚିଥିଲେ । ଗତ ମେ ୨୧ ତାରିଖରେ ସେ ନାଚୁଥିବା ଭିଡିଓ ଭାଇରାଲ୍ ହୋଇଥିଲା । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ଶ୍ରୀମତୀ ବେହେରା କରୋନା କଟକଣା ଉଲ୍ଲଂଘନ କରି ଅନ୍ୟମାନଙ୍କ ସହ ମିଶି ନାଚୁଥିବା ଦେଖାଯାଇଥିଲା। ପ୍ରଥମେ ମାସ୍କ ପିନ୍ଧି ନାଚିବା ପରେ ତହସଲିଦାର ମାସ୍କ ଖୋଲି ନାଚୁଥିବା ଭିଡିଓ ବଡ଼ ଚର୍ଚ୍ଚାର ବିଷୟ ହୋଇଥିଲା ।

Get real time updates directly on you device, subscribe now.