fbpx

ଟିକା ନେଉଥିବା ଲୋକଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ୮୦ ପ୍ରତିଶତ କମ

ନୂଆଦିଲ୍ଲୀ : ଭାରତରେ କରୋନାର ଦ୍ଵିତୀୟ ଲହରର ପ୍ରକୋପ କମିବାରେ ଲାଗିଛି। ତଥାପି ମନରୁ ଭୟ ଏଯାଏଁ ଦୂର ହୋଇ ନାହିଁ  । ଦେଶରେ ଟିକାକରଣ ଯୁଦ୍ଧକାଳୀନସ୍ତରରେ ଜାରି ରହିଛି । ଏହା ମଧ୍ୟରେ ନୀତି ଆୟୋଗର ସଚିବ ଭିକେ ପଲ୍ ଶୁକ୍ରବାର ଟିକା ସଂପର୍କରେ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି। ପଲ୍ କହିଛନ୍ତି, ଟିକା ନେଉଥିବା ବ୍ୟକ୍ତିଙ୍କୁ ବଡ ଫାଇଦା ମିଳୁଛି । ସେମାନଙ୍କର ଅକ୍ସିଜେନ ଆବଶ୍ୟକ ସମ୍ଭାବନା ମାତ୍ର ୮ ପ୍ରତିଶତ ରହିଥିବା ପଲ୍ କହିଛନ୍ତି ।

ନୀତି ଆୟୋଗର ସ୍ଵାସ୍ଥ୍ୟ ସଦସ୍ୟ ଡ. ଭିକେ ପଲ୍ କହିଛନ୍ତି, ଅଧ୍ୟୟନରୁ ଜଣା ପଡିଛି ଯେ, କରୋନା ଟିକା ନେଇ ସାରିଥିବା ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ୭୦ ରୁ ୮୦ ପ୍ରତିଶତ କମ ରହିଛି । ଏମିତି ବ୍ୟକ୍ତିଙ୍କ ଅକ୍ସିଜେନ୍ ଆବଶ୍ୟକ ସମ୍ଭାବନା ମାତ୍ର ୮ ପ୍ରତିଶତ ରହିଛି । ଏହାବାଦ୍ ଆଇସିୟୁରେ ଆଡମିଟ୍ ହେବାର ବିପଦ କେବଳ ୬ ପ୍ରତିଶତ ରହିଥିବା ପଲ୍ କହିଛନ୍ତି । ଗ୍ରାମାଞ୍ଚଳରେ ୧୮ ବର୍ଷରୁ କମ ଆୟୁ ବର୍ଗର ପିଲାଙ୍କଠାରେ ସେରୋପୋସିଟିଭିଟି ହାର ୫୬ ପ୍ରତିଶତ ଏବଂ ୧୮ ବର୍ଷରୁ ଅଧିକ ବର୍ଗଙ୍କଠାରେ ଏହାର ହାର ୬୩ ପ୍ରତିଶତ ରହିଥିବା ପଲ୍ କହିଛନ୍ତି ।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି, ମେ ୩ ପରଠୁ ଦେଶରେ ଆରୋଗ୍ୟହାର ବଢି ଚାଲିଥିବା ବେଳେ ପଜିଟିଭ୍ ହାରରେ ହ୍ରାସ ଦେଖିବାକୁ ମିଳିଛି । ଜୁନ ୧୧ରୁ ୧୭ ତାରିଖ ମଧ୍ୟରେ ୫୧୩ ଜିଲ୍ଲାରେ ପଜିଟିଭହାର ୫ ପ୍ରତିଶତରୁ ମଧ୍ୟ କମ ରହିଥିଲା । ଗତ ୨୪ ଘଣ୍ଟାରେ ଦେଶରେ ୬୨,୪୮୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ଅଗ୍ରଓ୍ଵାଲ କହିଛନ୍ତି ।

Get real time updates directly on you device, subscribe now.